ଭାରତୀୟ ହକି ଖେଳାଳିଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ

add-all

ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ଜିତିଥିବା ଭାରତୀୟ ହକି ଦଳ ବୁଧବାର ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

କ୍ରୀଡ଼ା ପ୍ରେମୀଙ୍କ ସମେତ ବହୁ ସଂଖ୍ଯାରେ ଲୋକେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ହକି ଖେଳାଳିଙ୍କ ଝଲକ ଦେଖିବାକୁ ଭିଡ ଜମାଇଥିଲେ। ବିମାନବନ୍ଦରରୁ ବାହାରକୁ ଆସିବା ପରେ ଟିମର ସଦସ୍ୟମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ପରେ ହକି ଦଳର ସଦସ୍ୟମାନେ ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ମେଗା ରୋଡ୍ ସୋ କରିଥିଲେ। ଖେଳାଳିମାନେ ଏକ ସ୍ୱତନ୍ତ୍ର ବସ୍‌ରେ କଳିଙ୍ଗ ଷ୍ଟାଡିୟମ ଆଡକୁ ରୋଡ୍ ସୋ କରି ଯାଇଥିଲେ।

ଏହି ରୋଡ୍ ସୋରେ ଓଡିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ପ୍ରଦର୍ଶିତ ହୋଇଥିବାବେଳେ ବହୁ ସଂଖ୍ୟାରେ ଲୋକ ହକି ଖେଳାଳିଙ୍କୁ ଅଭିବାଦନ ଜଣାଇବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଧାଡି ବାନ୍ଧି ଛିଡା ହୋଇଥିଲେ। ଏତେ ସଂଖ୍ଯାରେ ଫ୍ୟାନ୍ସଙ୍କୁ ଦେଖି ହାତ ହଲାଇ ଅଭିବାଦନ ଜଣାଇଥିଲେ ହକି ଖେଳାଳି।

ad-week
Leave A Reply

Your email address will not be published.