
ଫୁଲବାଣୀ : ସ୍ଥାନୀୟ ଜଗନ୍ନାଥ ପ୍ରାଙ୍ଗଣରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଫୁଲବାଣୀ ଶାଖାର ବିଶ୍ବ ବରିଷ୍ଠ ନାଗରିକ ଦିବସ ୨୦୨୪ ଜିଲ୍ଲା ସଭାପତି ସର୍ବେଶ୍ବର ମିଶ୍ରଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ସଭାପତି ଶ୍ରୀ ମିଶ୍ର ଉପସ୍ଥିତ ସମସ୍ତ ସଭ୍ୟସଭ୍ଯାଙ୍କୁ ସ୍ବାଗତ ଜଣାଇ ସମସ୍ତ ବରିଷ୍ଠ ନାଗରିକ ସ୍ବାଭିମାନ, ସ୍ବାଧୀନତା ଓ ସମାନ ସୁଯୋଗ ପାଇବା ସହ ସାମାଜିକ ପ୍ରକ୍ରିୟାରେ କିପରି ନିଜକୁ ସାମିଲ କରିପାରିବେ ସେ ବୁଝାଇଥିଲେ । ସମସ୍ତ ବରିଷ୍ଠ ନାଗରିକ ନିରାପତ୍ତା,ସ୍ବାସ୍ଥ୍ୟସେବା, ଖାଦ୍ୟ,ବାସ, ଚିତ୍ତ ବିନୋଦନ ଓ ଅନ୍ୟାନ୍ୟ ସୁଖସ୍ବାଚ୍ଛନ୍ଦ୍ୟ ପାଇବାରେ ହକଦାର ଓ କେନ୍ଦ୍ର ତଥା
ରାଜ୍ୟ ସରକାର ଏ ସବୁର ସୁଯୋଗ ଯୋଗାଇ ଦେବା ପାଇଁ ଦୃଷ୍ଟି ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ l
ଜିଲ୍ଲା ସଂଘର ସାଧାରଣ ରଣ ସମ୍ପାଦକ ପଦ୍ମଚରଣ ସାହୁ ବର୍ତ୍ତମାନ ସରକାର ଯେଉଁ ସବୁ ସୁବିଧା ବରିଷ୍ଠ ନାଗରିକମାନଙ୍କ ପାଇଁ ରଖିଛନ୍ତି ତାକୁ ସ୍ବାଗତ କରି ସରକାରଙ୍କ ପାଖରେ ପ୍ରସ୍ତାବ ରଖୁଛନ୍ତି ଯେ ବରିଷ୍ଠ ନାଗରିକମାନେ ଘରେ ହେଉ ବା ବାହାରେ ହେଉ, ଅନୁକୂଳ, ନିରାପଦ, ସୁରକ୍ଷାମୂଳକ ପରିବେଶର ଭରସା ପାଇ ସମସ୍ତ ଅବହେଳା, ଦୁର୍ବ୍ଯବହାର ଓ ହିଂସାରୁ ଯେପରି ମୁକ୍ତ ରହିପାରିବେ ତା’ ଉପରେ ଉଚିତ ପଦକ୍ଷେପ ନିଅନ୍ତୁ ।
ଜିଲ୍ଲା ସଂଘର ବରିଷ୍ଠ ମୁଖ୍ୟ ଉପଦେଷ୍ଟା ଡଃ ରାଜ କିଶୋର ବେହେରା ତାଙ୍କର ଉଦବୋଧନ ଦେଇ କହିଥିଲେ ଯେ ବୟସ୍କ ମାନେ ସମ୍ମୁଖୀନହେଉଥିବା ଅବହେଳା ଦୁର୍ବ୍ଯବହାର ସମସ୍ୟାପ୍ରତି ପୋଲିସକୁ ତତ୍ପରତାର ସହ ଓ ଗମ୍ଭୀରତାର ସହ ବିଚାର
କରିବାକୁ ହେବ ଓ ଅଭିଯୋଗକୁ ତଦାରଖ ସହ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ ହେବ । ଏହା ସହ ବରିଷ୍ଠ ନାଗରିକଙ୍କ ଦ୍ବାରା କରାଯାଇଥିବା ଅଭିଯୋଗର ଦୃଢ ପ୍ରତିବିଧାନ ସହ ସେମାନଙ୍କ ସୁରକ୍ଷା ବିଷୟରେ ନିୟମିତ ବ୍ୟବଧାନରେ ସେମାନଙ୍କର ସହ ଆଲୋଚନା କରି ସୁରକ୍ଷା ଯୋଗାଇ ଦେବାକୁ ପଡିବ l ସଭା ଶେଷରେ ଆଲୋଚନା ଚକ୍ରରେ ଭାଗ ନେଇଥିଲେ ସଂଗଠନ ସମ୍ପାଦକ ପ୍ରସନ୍ନ କୁମାର ସାହାଣୀ, ସୁବାସ ଚନ୍ଦ୍ର ନାୟକ, କାଶୀନାଥ ମହାରଣା, ମୋଚିରାମ ମିଶ୍ର, ସୁନୀଲ କୁମାର ଭଞ୍ଜ ଅଶୋକ କୁମାର ପଟ୍ଟନାୟକ, ସଚିଦାନନ୍ଦ ପଟ୍ଟନାୟକ, ପ୍ରମୋଦ କୁମାର ପଟ୍ଟନାୟକ ରବିନାରାୟଣ ସୁବୁଦ୍ଧି ଓ ଅନ୍ୟାନ୍ୟ ସଦସ୍ୟ ମାନେ l