ମୁକୁଳା ଡ୍ରେନରେ ଭାସି ୧୧ ବର୍ଷର ଛାତ୍ର ମୃତ୍ୟୁ …

add-all

ବ୍ରହ୍ମପୁର: ଡ୍ରେନରେ ଭାସିଗଲା ୧୧ ବର୍ଷର ଛାତ୍ର । ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ୧୪ ନମ୍ବର ଲେନରେ। ଛାତ୍ରଟିର ନାଁ ସାଇରାମ ପାତ୍ର। ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଟିଉସନ ସାରି ଘରକୁ ଫେରିଥିଲେ ସାଇରାମ। ଆଉ ଘରୁ ପୁଣି ବାହାରକୁ ଯାଇଥିଲେ । ହେଲେ ସାଇକେଲ ଧରି ଘରୁ ବାହାରକୁ ଯିବା ବେଳେ ମୁକୁଳା ଡ୍ରେନରେ ଖସିପଡ଼ି ଭାସିଯାଇଥିବା କହିଛନ୍ତି ପରିବାରଲୋକେ।
ତେବେ ସେ ଚଳାଉ ଥିବା ସାଇକେଲଟି ନାଳରୁ ମିଳିଥିବାବେଳେ ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅନେକ ସମୟ ପରେ ବାଳକଟି କୁ ଉଦ୍ଧାର କରିଥିଲେ l ଏବଂ ତୁରନ୍ତ ତାକୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ନିଆ ଗଲା କିନ୍ତୁ ଏମକେସିଜି ମେଡିକାଲ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଘଟଣା ପରେ ଏମକେସିଜି ମେଡିକାଲରେ ପହଞ୍ଚି ଥିଲେ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ। ଉଲ୍ଲେଖଯୋଗ୍ୟ, ବୁଧବାର ବ୍ରହ୍ମପୁରରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଅନେକ ସ୍ଥାନରେ ପାଣି ଜମିଥିବାବେଳେ ଅନେକ ସ୍ଥାନରେ ଡ୍ରେନ ପାଣି ରାସ୍ତା ଉପରେ ଚାଲୁଛି। ସୂଚନା ଥାଉକି ବ୍ରହ୍ମପୁର ବାସୀଙ୍କ ପ୍ରଶ୍ନ ଏଥିପାଇଁ ଦାୟୀ କିଏ..? ବ୍ରହ୍ମପୁର ବି ଏମ ସି ର ଅଧାପନ୍ତରିଆ ଏବଂ ଖାମ ଖିଆଲ ପାଇଁ କତୃପକ୍ଷ ଦାୟୀ ନୁହନ୍ତି କି? ତେଣୁ ବିଏମସି କତୃପକ୍ଷ ଙ୍କ ବିରୋଧ ରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ ବୋଲି ସହର ର ବୁଦ୍ଧିଜୀବୀ ଓ ସାଧାରଣ ଦାବୀ ଉଠାଇ ଛନ୍ତି l ବର୍ଷା ହେଲେ ବ୍ରହ୍ମପୁର ସହର କୁତ୍ରିମ ବନ୍ଦ ପାଲୋଟି ଯାଉଛି ଡ୍ରେନ ନା ରେ ଚାଲୁଛି ହରଲୁଟ ତଦନ୍ତ ଶୂନ, ସାମାନ୍ୟ ବର୍ଷା ହେଲେ ରାସ୍ତା ରେ ନୂତନ ଭାବରେ ପକା ଯାଇଥବା ପିଚୁ ଧୋଇ ହୋଇ ଯାଉଛି ଏହା କଣ ପ୍ରଶାସନ କିମ୍ବା ଲୋକ ପ୍ରତି ନିଧି ଦେଖି ପାରୁନାହାନ୍ତି l ବି ଏମ ସି ଏହି ଖାମ ଖିଆଲି କାମ ପାଇଁ ଆଜି ନିରୀହ ପିଲାର ଜୀଵନ ଗଲା l

ad-week
Leave A Reply

Your email address will not be published.