ବ୍ରହ୍ମପୁର ବି.ଏମ୍.ସି ରେ ପାଦେ ପାଦେ ଦୁର୍ନୀତି ପିସି ଖାଇ ନେତା ଓ ପ୍ରଶାସନ ମସଗୁଲ…!

add-all

ସ୍ବାୟତ୍ତ ଶାସନ ଦିବସ ପାଳନ ପୁର୍ବରୁ ଖୋଲୁଛି ବି ଏମ୍ ସି ର ଗୁମର …!

ବ୍ରହ୍ମପୁର : ଆଉ ଦିନ କେଇଟା ପରେ ସ୍ବାୟତ୍ତ ଶାସନ ଦିବସ ପାଳନ କରିବ ବ୍ରହ୍ମପୁର ମହାନଗର ନିଗମ। ଜନ ସାଧାରଣ ଙ୍କ ଅର୍ଥ ରେ ନାଚ, ଗିତ,ଖେଳ,କୁଦ କରି ପୁଳା ପୁଳା ଟଙ୍କା ବ୍ଯୟ ବରାଦ କରିବା ସହ ଉତ୍ସବ ମନାଇ ବାହା ବାହା ନେବାକୁ ପ୍ରୟାସ ମଧ୍ଯ କରିବ।ହେଲେ ବାସ୍ତବ ରେ ବ୍ରହ୍ମପୁର ସହରର କେତେ ଦୁର ସମସ୍ଯା ସମାଧାନ ହୋଇଛି ତାହା ଜ୍ବଳନ୍ତ ଉଦାହରଣ ହେଉଛି ସାମାନ୍ଯ ବର୍ଷାରେ ବ୍ରହ୍ମପୁର ସହରର ଦୃଶ୍ଯ ପଟ୍ଟ। ସେପଟେ ଡ୍ରେନ୍ ପାଣି ରେ ଜଣେ ଭାସିଯିବା ଘଟଣା ବ୍ରହ୍ମପୁର ମହାନଗର ନିଗମ ର ଦକ୍ଷତା ର ପ୍ରମୁଖ ଉଦାହରଣ। ନିକଟରେ ନେତୃତ୍ବ ପରିବର୍ତ୍ତନ ହେବା ପରେ ବିଧାୟକ ଓ ମେୟର ମଧ୍ଯ ସମନ୍ନୟ ର ଅଭାବ ସହର ବାସିଙ୍କ ପ୍ରତି ଏଭଳି ଅଘଟଣ ନିମନ୍ତ୍ରିତ କରୁଥିବା ଅନୁମାନ କରାଯାଉଛି। ନିର୍ବାଚନ କୁ ଆଖି ଆଗରେ ରଖି ବିଜେଡ଼ି ଦଳ ବ୍ରହ୍ମପୁର ସହରକୁ କୋଟି କୋଟି ଟଙ୍କାର ଅନୁଦାନ ଦେଇଥିଲା। ହେଲେ ଏହାର ସୁଯୋଗ କୁ ହାତ ଛଡା ନକରି ଯିଏ ଯେମିତି ପାରିଲେ ସେମିତି ଲକ୍ଷ ଲକ୍ଷ ଟଙ୍କା ପିସି ନେଇ ଦୁର୍ନୀତି କୁ ପ୍ରଶୟ ଦେଲେ ବୋଲି ଚର୍ଚ୍ଚା ହୋଇଥିଲା। ତାହାର ନଗ୍ନ ନମୁନା ମୁକୁଳା ଡ୍ରେନ ରେ ଜଣେ ନିରୀହ ଛାତ୍ର ର ଜୀବନ ଚାଲିଗଲା। ବ୍ରହ୍ମପୁର ସହରରେ ଦୀର୍ଘ ବର୍ଷ ହେଲା ରାସ୍ତା ନିର୍ମାଣ ଡ୍ରେନ ମରାମତି କାର୍ଯ୍ୟକ୍ରମ ରୀତିମତ ଚାଲିଥିବା ଦେଖିବାକୁ ମିଳୁଛି। କେଉଁଠି ମରାମତି ନାମରେ ହରିଲୁଟ ତ କେଉଁଠି କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ ଆଳ ରେ ଦୁର୍ନୀତି ହେଉଛି। ସାମାନ୍ୟ ବର୍ଷା ହେଲେ କେଉଁଠି ପିଚୁ ଉଠିଗଲାଣି ତ କେଉଁଠି ଫେବର ଫୁଷୁଡ଼ି ଗଲାଣି। ଏଭଳି ଅବସ୍ଥା ପାଇଁ କମିଶନର ଓ ମେୟର ଦାୟୀ ବୋଲି ସାଧାରଣ ରେ ଜୋରଦାର ଚର୍ଚ୍ଚା ହେଉଛି। ବ୍ରହ୍ମପୁର ରେ ଭିଜିଲାନ୍ସ ବିଭାଗ ଥାଇବି ନଥିଲା ଭଳି ମନେ ହେଉଛି। ଏଠାରେ ପାଦ ପାଦ ରେ ଦୁର୍ନୀତି ହେଲେ ବି ବାବୁ ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେବାର ନଜିର ନାହିଁ। ଯାହା ଫଳରେ ଦୁର୍ନୀତି ଏବେ ଚରମ ସୀମାରେ ପାହଞ୍ଚିଛି। ବି. ଏମ.ସି ରେ ଯେଉଁଠି ହାତ ମାରିବ ସେଇଠି ପାଇବ ଦୁର୍ନୀତି ର ଗନ୍ଧ ନେତା ଠାରୁ ପ୍ରଶାସନିକ ଅଧିକାରୀ ମାନେ ସରକାରୀ ଟଙ୍କା କୁ ଆତ୍ମସତ କରିବାରେ ଲାଗିଛନ୍ତି ତୋର ଅଧେ କୁ ମୋର ଅଧେ ନୀତି ରେ ଚାଲିଛି ଉର୍ଣ୍ଣୟନ ମୂଳକ କାର୍ଯ୍ୟ l ପୋଖରୀ ସୌନ୍ଦର୍ଯ୍ୟ କରଣ ନାମରେ କୋଟି କୋଟି ଟଙ୍କା ଖାଇଗଲା ବି ଏମ ସି ଅନେକ ଅଭିଯୋଗ ହେଲେ ବି ଫଳ ଶୂନ l ପ୍ରତ୍ୟେକ ୱାର୍ଡ ରେ ଖୋଲା ବ୍ୟାୟାମ ଓ ପିଲା ମାନଙ୍କ ଖେଳ କୁଦ ପାଇଁ ଉପକରଣ ସଜାଇ ଦିଆ ଗଲା ସେଥିରେ ବି କୋଟି କୋଟି ଟଙ୍କା ଚଳୁ, ବସୁଧା ଯୋଜନା, ଉଜ୍ଜଳା ଯୋଜନା କଥା ନକହିବା ଭଲ ଏଠାରେ ନେତା ଓ ଅଫିସର ମାନଙ୍କ କଥା ପ୍ରବଳ କିନ୍ତୁ କାମ ଦୁର୍ବଳ l ଅଭିଯୋଗ କଲେ

ଦେଖାଉଛନ୍ତି ନାଲି ଆଖି ସରକାର ବଦଳିବା ପରେ ତାଳ ମେଳ ଖାଉନି ବିଜେଡି ମେୟର, ପ୍ରଶାସନ ଓ ବର୍ତ୍ତମାନ ର ନୂତନ ଭାବେ ନିର୍ବାଚିତ ହୋଇଥିବା ଜନପ୍ରତିନିଧି ମାନଙ୍କ ଯାହା ଫଳରେ ବଳି ପଡୁଛନ୍ତି ସହର ବାସୀ l ଜିଲ୍ଲା ପ୍ରଶାସନ ମଧ୍ୟ ସବୁ ଜାଣି ଚୁପ ନିଜ ଭାଗ ପାଇଁ l ରାଜ୍ୟ ସରକାର ନିଜର ଭାବ ମୂର୍ତ୍ତି କୁ ନିର୍ମଳ ରଖିବାକୁ ହେଲେ ଗଞ୍ଜାମ ଜିଲ୍ଲା ଏବଂ ଖୋଦ ବ୍ରହ୍ମପୁର ବିଏମସି ଉପରେ ଧ୍ୟାନ ଦେଇ ସମସ୍ତ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ର ତଦନ୍ତ କରିବା ଆବଶ୍ୟକ ବୋଲି ସହରର ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.