ଅନାସ୍ଥା ପ୍ରସ୍ତାବ ପାଇଁ ଗଞ୍ଜାମ ଜିଲ୍ଲାରେ ମୁଣ୍ଡ ଗଡ଼ିବା ସମ୍ଭାବନା..!

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧକ୍ଷ ଅଧକ୍ଷା ପଦବୀରେ ବିଜେଡ଼ି ଦଳର କବ୍ଜାରେ ରହିଛି । ନୂତନ ସରକାର ଗଠନ ପରେ ଏବେ ବିଜେପି ସେହି ସବୁ ଅଧକ୍ଷା ଅଧକ୍ଷ ପଦବୀ ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି । ଏହି ସୁଯୋଗ କୁ ହାତ ଛଡା ନକରି ପୁରୁଷୋତ୍ତମପୁର ଆସିକା, ବୁଗୁଡ଼ା, କବିସୂର୍ଯ୍ୟନଗର, ଭଞ୍ଜ ନଗର, ଶେରଗଡ଼, ହିଞ୍ଜିଳିଅଞ୍ଚଳର ଏନ.ଏ. ସି ୱାର୍ଡ ମେମ୍ବର ସମିତି ସଭ୍ୟ ଅନାସ୍ଥା ଆଣିବା ପାଇଁ ଅଧକ୍ଷ ଅଧକ୍ଷା ମାନଙ୍କୁ ଭୟ ଦେଖାଉ ଥିବା ଚର୍ଚ୍ଚା ହେଉଛି। ତାହାର ନଗ୍ନ ନମୁନା ଏବେ ଖଲ୍ଲିକୋଟ ରେ ଦେଖିବାକୁ ମିଳିଛି।

ଭୋଟର ନିଜ ଅଞ୍ଚଳ ର ଉନ୍ନୟନ ଓ ଉନ୍ନତି କରିବା ପାଇଁ କାଉ ସିଲର, ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ନିର୍ବାଚିତ କରି ପଠାଇ ଛନ୍ତି। ନିର୍ବାଚିତ ପ୍ରତିନିଧି ମନେ ନିଜର ସ୍ୱାର୍ଥ ହାସଲ ଓ କିଛି ଅର୍ଥ ପାଇବା ଆଶାରେ ଉନ୍ନୟନ କାର୍ଯ୍ୟକ୍ରମ କୁ ପଛରେ ପକେଇ ଅନାସ୍ଥା ଆଣି ଅର୍ଥ ଆଦାୟ କରିବାରେ ବ୍ୟସ୍ତ ରହିଛନ୍ତି। ଅନାସ୍ଥା ଆଣିବା ପାଇଁ ଯେଉଁ ଭଳି ପରିସ୍ଥିତି ସୃଷ୍ଟି ହୋଇଛି, କେଉଁ ମୁହୂର୍ତ୍ତ ରେ ମଧ୍ୟ ମୁଣ୍ଡ ଗାଡ଼ିବାର ସମ୍ଭାବନା କୁ ଏଡେଇ ହେବ ନାହିଁ ବୋଲି ଚର୍ଚ୍ଚା ହେଲାଣି।ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ରେ ଆସିକା, କବିସୂର୍ଯ୍ୟନଗର,ପୋଲସରା ରହିଛି। ଏହି ତିନୋଟି ନିର୍ବାଚନ ମଣ୍ଡଳୀ ରେ ଛାଡ଼ଖାଇ ବାହାନା ରେ ନିଜ ନିଜର ସମର୍ଥକ ମାନଙ୍କୁ ନେଇ ମଦ ମାଂସ ର ଆସର ସାଙ୍ଗକୁ ଗୁପ୍ତ ବୈଠକ ହେଉଥିବା ଚର୍ଚ୍ଚା ହେଉଛି। ଜିଲ୍ଲା ପ୍ରଶାସନ ସଜାଗ ନହେଲେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.