ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣ ମେଳା

add-all

ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର, ପରିସରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ସହ ଶ୍ରୀକୃଷ୍ଣ ମେଳା ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ସ୍ଥାନୀୟ ଅଞ୍ଚଳର ସୁନାମଧନ୍ୟ ବକ୍ତା ତଥା ଭାଗବତ ଭାସ୍କର ଶ୍ରୀ ଜଗନ୍ନାଥ ପଣ୍ଡା ଯୋଗଦେଇ ଶ୍ରୀକୃଷ୍ଣଙ୍କ ଏହି ଧରାଧାମରେ ଜନ୍ମ ହେବାର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦ୍ୟେଶ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ । ପ୍ରଧାନାଚ଼ାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ବଗାତ ଭାଷଣ ଦେଇଥିଲେ । ଅନୁଷ୍ଠାନାର ସମ୍ପାଦକ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉପସଭାପତି ଶ୍ରୀମତି ଗୀତା ପାଢି ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ଆଚାର୍ଯ୍ୟ ଶ୍ରୀକାନ୍ତ ମହାପାତ୍ର ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ହିନ୍ଦୁମାନଙ୍କର ହିନ୍ଦୁତ୍ଵ ରକ୍ଷା ନିମନ୍ତେ ତାଙ୍କର ଅମର ବଳିଦାନ ସମ୍ପର୍କରେ କଥା ରଖିଥିଲେ । ଏହି ଅବସରେ ଛୋଟ ଛୋଟ ଶିଶୁମାନେ ରାଧାକୃଷ୍ଣ ବେଶ ପରିଧାନ କରି ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରକୁ ବରିଷ୍ଠ ଆଚାର୍ଯ୍ୟ ସୁଶିଳା ଗୁରୁମାଙ୍କ ପ୍ରତକ୍ଷ୍ୟ ତତ୍ତ୍ବବଧାନରେ ଯାଇ ଭାଗବାନଙ୍କର ପ୍ରଭୁ କୃପା ଲାଭ କରିଥିଲେ । ପରିଶେଷରେ ଶିଶୁମାନଙ୍କଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମାତୃଭାରତୀର ସଦସ୍ଯ ମାନେ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନଙ୍କ ଦ୍ୱାରା ନିର୍ମିତ ଶ୍ରୀକୃଷ୍ଣଙ୍କ ଚିତ୍ର ବିଦ୍ୟାଳୟର କାନ୍ଥଗୁଡ଼ିକ ସୁନ୍ଦର ଭାବରେ ଲାଗିବା ସହ ବିଦ୍ୟାଳୟଟି ଉଜ୍ଜ୍ୱଳ ଆଲୋକ,ଫୁଲ ଏବଂ ତୋରଣରେ ସଜାଯାଇଥିଲା । ଏଥିରେ ସମସ୍ତ ଗୁରୁଜୀଗୁରୁମା ଓ ମଉସା ମାଉସୀ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.