ଅବକାରୀ ବିଭାଗର ଚଢାଉ ବିପୁଳ ପରିମାଣର ଦେଶୀ ମଦ ଓ ମହୁଲି ପୋଚ ନଷ୍ଟ…

add-all

ଫୁଲବାଣୀ : ଅବକାରୀ ଅଧୀକ୍ଷକ ଝସ କେତନ ବରିହାଙ୍କ ନିର୍ଦ୍ଦେଶରେ କନ୍ଧମାଳ ଜିଲ୍ଲା ଖଜୁରୀପଡାବ୍ଲକ ଗୁଡାରି ଗାଁ ପାଖରେ ଥିବା ଏକ ଜଙ୍ଗଲରେ ଅବକାରୀ ବିଭାଗର ମିଳିତ ଭାବରେ ଚଢ଼ାଉ କରି ଜଙ୍ଗଲ ମଧ୍ୟରେ ବେଆଇଆନ ଭାବରେ ରନ୍ଧା ଯାଉଥିବା ଦେଶୀ ମଦ ଭାଟିକୁ ସମ୍ପୂର୍ଣ ନଷ୍ଟ କରିଦେଇଥିବା ବେଳେ ସେହିଯାଗାରୁ ବିପୁଳ ପରିମାଣରେ ମହୁଲ ପୋଚ ୩୨୦୦ କେଜି ସହ ୨୨୦ ଲିଟର ହାତ ରନ୍ଧା ଦେଶୀ ମଦ ଜବତ କରାଯାଇ ନଷ୍ଟ କରାଯାଇଛି । ତେବେ ଜବତ ମଦ ଓ ପୋଚର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି। ସେହିପରି ଉକ୍ତ ଦିନ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗେରୁପଡା ପାହାଡ଼ ପାଖ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ମହୁଲ ପୋଚ ୧୫୨୦ କେଜି ହାତ ରନ୍ଧା ମହୁଲି ମଦ ୮୦ ଲିଟର ନଷ୍ଟ କରାଯାଇଛି l
ଘଟଣାରେ କୌଣସି ଅଭିଯୁକ୍ତ ଧରାପଡି ନାହାନ୍ତି l ଏହି ଚଢ଼ାଉରେ ଅନ୍ୟମାନଙ୍କ ମାଧ୍ୟରେ ଅବକାରୀ ଇନ୍ସପେକ୍ଟର
ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.