ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ…

add-all

ଫୁଲବାଣୀ :ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର ପଟ୍ଟନାୟକଙ୍କ ସଂଯୋଜନାରେ ଏହି ପୂଜନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବ୍ରଜବନ୍ଧୁ ମଲ୍ଲିକ , କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ,ଶୈକ୍ଷିକ ବିଭାଗର ଶିବାଜୀ ଅଧିକାରୀ, ନଗର କାର୍ଯ୍ୟବାହ ଶେଷଦେଵ ସାହୁ, ଅଧ୍ୟାପକ କୁଲଦୀପ ପ୍ରଭୁ(ଇସ୍କନ),ରୋସନ ସାହୁ(ଛାତ୍ର) ଏବଂ ମୁଖ୍ୟ ବକ୍ତା ଶ୍ରୀପଦ ଅଭିରାମ ଠାକୁର ଦାସ(ଦିଲ୍ଲୀ) ଶ୍ରୀକୃଷ୍ଣଙ୍କ ଲୀଳା ବିଷୟରେ ଶିଶୁ ମାନଙ୍କୁ ଅବଗତ କରାଇଥିଲେ।ଶିଶୁ ମାନେ କୃଷ୍ଣ ଓ ରାଧାରାଣୀ ବେଶରେ ସଜେଇ ହୋଇ ବେଶ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ କୃତି ଛାତ୍ର ଛାତ୍ରୀ ପୁରସ୍କୃତ ମଧ୍ୟ ହୋଇଥିଲେ।ପ୍ରାୟ ୨୦୦ ଜଣ ଶିଶୁ ବେଶ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଶିଶୁମାନଙ୍କ ମନ୍ଦିର ଭ୍ରମଣ, ଶ୍ରୀକୃଷ୍ଣଙ୍କ ଜୀବନ ଚରିତ୍ର ସମ୍ବନ୍ଧରେ ଏକ ବକ୍ତୃତା ପ୍ରତିଯୋଗିତା,ଦହି ହାଣ୍ଡି ଭାଙ୍ଗିବା,ଦୋଳିରେ ଶ୍ରୀକୃଷ୍ଣଙ୍କୁ ଝୁଲାଇବା ଆଦି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ପଟ୍ଟନାୟକଙ୍କ ଦ୍ଵାରା ରଚିତ ଓଡ଼ିଆ ଭଜନକୁ ଛାତ୍ରଛାତ୍ରୀ ପରିବେଷଣ କରିଥିଲେ | କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗ ଏବଂ ଅଭିଭାବକ/ଅଭିଭାବିକାମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମଟିକୁ ସରସ ସୁନ୍ଦର କରିପାରିଥିଲା। ହୋମ ଯଜ୍ଞ ପୂର୍ବକ ପୂଜାର୍ଚ୍ଚନା ସହିତ ବ୍ରାହ୍ମଣଙ୍କ ଦ୍ୱାରା ଉଚ୍ଚାରିତ ମନ୍ତ୍ର ପାଠରେ ବିଦ୍ୟାଳୟ ପରିବେଶ ଭାବମୟ ହୋଇ ଉଠିଥିଲା। ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

ad-week
Leave A Reply

Your email address will not be published.