ସାମ୍ନାକୁ ଆସିଲା ସନ୍ଦୀପ ଘୋଷର ବଡ଼ ଦୁର୍ନୀତି, ମୃତଦେହ ବ୍ୟବଚ୍ଛେଦ ଓ ଦେଖିବା ପାଇଁ ସମ୍ପର୍କୀୟଙ୍କଠାରୁ ନେଉଥିଲା ଟଙ୍କା

add-all

କୋଲକାତା : କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆର.ଜି. କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷର ବିନା ଇସାରାରେ ମେଡିକାଲରେ ପତ୍ରଟିଏ ବି ହଲୁ ନ ଥିଲା। ଯିଏ ସନ୍ଦୀପ କଥା ମାନୁ ନ ଥିଲା, ତା’କୁ ଅନ୍ୟତ୍ର ବଦଳି ଅଥବା ଚାକିରିରୁ ବିଦା କରିଦିଆଯାଉଥିଲା। ଏପରି କି ମୃତଦେହ ଦେଖିବା ଲାଗି ଏବଂ ବ୍ୟବଚ୍ଛେଦ କରାଇବା ଲାଗି ପରିବାର ଲୋକଙ୍କଠାରୁ ଟଙ୍କା ବି ନିଆଯାଉଥିଲା। ଏଭଳି ଅଭିଯୋଗ କରିଛନ୍ତି ଶବ ସଂରକ୍ଷଣ କରି ରଖାଯାଉଥିବା ମର୍ଗର ଜଣେ ପୂର୍ବତନ କିରାଣି। ସନ୍ଦୀପ ଆଦେଶ ପାଳନ ନ କରିବାରୁ ତାଙ୍କୁ ବି ଚାକିରିରୁ ବାହାର କରିଦିଆଯାଇଥିଲା ବୋଲି କିରାଣି ଜଣକ କହିଛନ୍ତି।
ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ପୂର୍ବତନ କିରାଣି କହିଛନ୍ତି, ଯଦି କୌଣସି ରୋଗୀଙ୍କ ମୃତ୍ୟୁ ଘଟୁଥିଲା, ତା’ର ପରିବାର ଲୋକଙ୍କୁ ମୃତଦେହ ଦେଖିବା ଲାଗି ଟଙ୍କା ନିଆଯାଉଥିଲା। ମୃତଦେହ ବ୍ୟବଚ୍ଛେଦ କରାଇବା ଏବଂ ପରିବାରକୁ ହସ୍ତାନ୍ତର କରିବା ପାଇଁ ବି ଟଙ୍କା ନିଆଯାଉଥିଲା। କିଛି କର୍ମଚାରୀଙ୍କୁ ହାତ କରି ସନ୍ଦୀପ ଘୋଷ ଏହି ରାକେଟ୍‌ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିଲା। ଯେଉଁ କର୍ମଚାରୀ ତା’ କଥା ଶୁଣୁ ନ ଥିଲେ, ସେମାନଙ୍କୁ ବାହାର କରିଦିଆଯାଉଥିଲା। ଏହି ବେଆଇନ କାର୍ଯ୍ୟକଳାପ ବିଷୟରେ ଜଣେ କର୍ମଚାରୀ ମୁହଁ ଖୋଲିବାରୁ ତା’କୁ ବଦଳି କରି ଦିଆଯାଇଥିଲା। ସେ ନିଜେ ବି ସନ୍ଦୀପ ଆକ୍ରୋଶର ଶିକାର ହୋଇଥିବା ଗଣମାଧ୍ୟମକୁ କହିଛନ୍ତି।

ad-week
Leave A Reply

Your email address will not be published.