ମାଲକାନଗିରି ସଦର ସାଂସଦ ପ୍ରତିନିଧି ହେଲେ ବିଜୟ ମହାରଣା

add-all

ମାଲକାନଗିରି : ଦୀର୍ଘ ବର୍ଷ ଧରି ରାଜ୍ୟ ରାଜନୀତି ରେ ଶାସନ ଠାରୁ ଦୂରେଇ ରହିଥିବା ବିଜେପି ଦଳ ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାସିନ ହେବାପରେ ରାଜ୍ୟବାସୀ ଙ୍କ ମନରେ ଅନେକ ଆଶା ଓ ଆକାଂକ୍ଷା ଉଦଯିବିତ ହୋଇଛି । ରାଜ୍ୟର ବହୁମୁଖୀ ବିକାଶର ନାରାଦେଇ ଆଜି ବିଜେପି ନିଜର ଶାସନ ଅବସରରେ ଜନସାଧାରଣଙ୍କ ଆସ୍ଥା ଭାଜନ ହେବାରେ ଲାଗିଛି । ଜନସାଧାରଣଙ୍କ ଏହିସବୁ ସ୍ୱପ୍ନ କୁ ସାକାର କରିବା ପାଇଁ ଦୀର୍ଘ ଦିନଧରି ବିଜେପିର ସକ୍ରିୟ କର୍ମକର୍ତ୍ତାଙ୍କ ବଳିଷ୍ଠ ଅବଦାନ ଯୋଗୁଁ ଏହା ସମ୍ଭବ ପର ହୋଇଛି । ବରିଷ୍ଠ ଭାଜପା କର୍ମୀଙ୍କୁ ଏହି ବିଜୟର ଶ୍ରେୟ ଦେବା ଅଵସର ରେ ଆଜି ମାଲକାନଗିରି ନଗର ସାଂସଦ ପ୍ରତିନିଧି ଭାବେ ବିଜୟ କୁମାର ମହାରଣା ପୌରପରିଷଦ ଅଧ୍ୟକ୍ଷ ଙ୍କୁ ସାଂସଦଙ୍କ ପ୍ରତିନିଧି ସ୍ୱୀକୃତି ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାବାସୀଙ୍କ ଅସୁବିଧା ବିଷୟରେ ସ୍ୱର ଉତ୍ତୋଳନ କରିବା ସହ ସରକାରୀ ପଦାଧିକାରୀଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ତ ସମାଧାନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।ଆଜିର ଏହି ସାଂସଦ ପ୍ରତିନିଧି ସ୍ବୀକୃତି ପତ୍ର ପ୍ରଦାନ ସମୟରେ ବହୁ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.