ବରମୁଣ୍ଡା ବସଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର

add-all

ଭୁବନେଶ୍ବର : ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଗତକାଲି ରାତିରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେହି ହତ୍ୟା କରି ଏଠି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
କିଛି ଯାତ୍ରୀ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, ମହିଳାଜଣକ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ବାସିନ୍ଦା। ଗତକାଲି ରାତିରେ ବସରେ ସୋରଡ଼ା ଯିବାକୁ ସେ ଓ ଅନ୍ୟ ଜଣେ ଯୁବକ ଟିକେଟ୍ କାଟିଥିବା ସୂଚନା ମିଳିଛି। ତେବେ କିପରି ତାଙ୍କ ମୃତ୍ୟୁ ହେଲା ତାହାର ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍‌। ଏଥିସହ ମହିଳା ଜଣକ କିଏ, ତାଙ୍କ ସହ ଥିବା ଯୁବକ କୁଆଡ଼େ ଗଲେ ତାହାର ବି ତଦନ୍ତ କରୁଛି ପୁଲିସ୍‌ ।

ad-week
Leave A Reply

Your email address will not be published.