ଧାନ ବିଲରୁ ୨ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

add-all

ପୁରୀ : ଧାନ ବିଲରୁ ୨ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ବାଲିହରଚଣ୍ଡି କଠୁଆରେଡି ରାସ୍ତା ନିକଟରେ ଥିବା ବିଲରୁ ମୃତଦେହ ଉଦ୍ଧାର କରାଯାଇଛି।
ମୃତ ଯୁବକ ଦ୍ୱୟଙ୍କ ଘର ପୁରୀ ଖଡିପଦା ଅଞ୍ଚଳର ବୋଲି ଜଣାଯାଇଛି। ଯୁବକଙ୍କ ମୃତଦେହ ନିକଟରେ ଏକ ବାଇକ୍ ପଡ଼ିଛି।
ଆଜି ସକାଳେ କଠୁଆରେଡି ରାସ୍ତା ନିକଟରେ ଥିବା ଧାନ ବିଲରେ ଯୁବକ ଦ୍ୱୟଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।
ଯୁବକ ଦ୍ୱୟଙ୍କର କିପରି ମୃତ୍ୟୁ ଘଟିଲା ତାହା ଜଣାପଡ଼ି ନାହିଁ। କାଲି ରାତିରେ ବଡ଼ ହରଚଣ୍ଡିରୁ ଭୋଜି ସାରି ଫେରିବା ବେଳେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଯୁବକଦ୍ୱୟଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.