ରାଜଧାନୀକୁ ବାର୍ଡ ଫ୍ଲୁ ଭୟ; ଚିକେନ ନ ଖାଇବାକୁ ପରାମର୍ଶ ଦେଲେ ମେୟର

add-all

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପିଥିବାରୁ ରାଜଧାନୀବାସୀଙ୍କୁ ସତର୍କ କରିଛି ବିଏମସି। ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ରାଜଧାନୀର କୁକୁଡ଼ା ବ୍ୟବସାୟୀଙ୍କୁ ନୋଟିସ କରାଯାଇଛି। ଏଥିସହ କୁକୁଡ଼ାଙ୍କ ଅସ୍ୱାଭାବିକ ମୃତ୍ୟୁ ହେଲେ ଏଣେ ତେଣେ ନ ଫିଙ୍ଗି ପୋତିବା ସହ ବ୍ଲିଚିଂ ପାଉଡର ପକାଇବାକୁ ବିଏମସି ପକ୍ଷରୁ କୁହାଯାଇଛି। ଯଦି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ୱର, ଛିଙ୍କ, କାଶ ଲାଗି ରୁହେ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ବୋଲି କୁହାଯାଇଛି।
ଏଥିସହିତ ଭୁବନେଶ୍ୱର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପି ଥିବାରୁ ରାଜଧାନୀବାସୀ କିଛି ଦିନ ଚିକେନ ନ ଖାଇବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।
ସେ କହିଛନ୍ତି, ଭୁବନେଶ୍ୱରର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ଦେଖାଦେଇଛି। ଏଥିପାଇଁ ବିଏମିସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କୁକୁଡ଼ା ବ୍ୟବସାୟୀଙ୍କୁ ବାହାରୁ କୁକୁଡ଼ା ନ ଆଣିବାକୁ ନିର୍ଦ୍ଦେଶ ଦେଇଛୁ।
ସୂଚନାଯୋଗ୍ୟ,ଏବେ ପୁରୀ ଜିଲ୍ଲାରେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ। ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ ପ୍ରାୟ ୩୦ ହଜାରରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇ ସାରିଲାଣି। ଆଗାମୀ ୬ ମାସ ଯାଏଁ କୁକୁଡ଼ା ଚାଷ ବନ୍ଦ ରଖିବାକୁ ପରାମର୍ଶ ଦେଇଛି ପ୍ରାଣୀ ସଂପଦ ବିଭାଗ। ହେଲେ ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଫାର୍ମ ମାଲିକ |

ad-week
Leave A Reply

Your email address will not be published.