କନ୍ଧମାଳ ସାଂସଦ ଲଞ୍ଚ କଲେ ମୋବାଇଲ ଆପ ‘ଆମ ସାଂସଦ’

add-all

ଫୁଲବାଣୀ: ଜନ ପ୍ରତିନିଧି ମାନଙ୍କ ସହିତ ସାଧାରଣ ଲୋକଙ୍କୁ ଯୋଡ଼ିବା ଦିଗରେ ଏକ ପ୍ରମୁଖ ଭୂମିକା ତୁଲାଇଛି ଡିଜିଟାଲ ଆପ୍ । କନ୍ଧମାଳ ସାଂସଦ ଲଞ୍ଚ କରିଛନ୍ତି ମୋବାଇଲ ଆପ୍ ଆମ ସାଂସଦ। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଆଜି ଭୁବନେଶ୍ୱର ଠାରେ ଏହି ଆପ୍ ଲଞ୍ଚ କରିଛନ୍ତି। ଘରୋଇ ସଂସ୍ଥା ମାଇସନ ଟେକ୍‌ନୋଲୋଜି ଏହି ଆପ୍ ପ୍ରସ୍ତୁତ କରିଛି। ଗତ ୬ ବର୍ଷ ଧରି କାର୍ଯ୍ୟ କରୁଥିବା ଏହି ଘରୋଇ ଉଦ୍ୟୋଗୀ ଷଷ୍ଠ ସ୍ଥାପନା ଦିବସ ‘ସଂସ୍ଥାପନ’ ଉତ୍ସବ ଅବସରରେ ଏହି ଆପ୍ ଶୁଭାରମ୍ଭ ହୋଇଛି। ଆମ ସାଂସଦ– ଜନସମସ୍ୟା ପ୍ରକୋଷ୍ଠ ନାମରେ ପ୍ରସ୍ତୁତ ଏହି ଆପ୍ କନ୍ଧମାଳ ଜିଲ୍ଲା ପାଇଁ କାର୍ଯ୍ୟ କରିବା ସ‌ହିତ ବିଭିନ୍ନ ତ‌ଥ୍ୟ ପ୍ରଦାନ କରିବ। ଆୟୋଜିତ ଉତ୍ସବରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.