ଚନ୍ଦକା ଗୋଡ଼ିବାରିରେ ଆଖି ବୁଜିଲା ଅସୁସ୍ଥ ହାତୀ ଛୁଆ

add-all

ଭୁବନେଶ୍ବର: ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ୩ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବଲାଙ୍ଗୀର ଦେଓଗାଁରୁ ଅଣାଯାଇଥିଲା ଗୋଠଛଡ଼ା ହାତୀ ଛୁଆ। ମୃତ ହାତୀ ଛୁଆଟିର ବୟସ ପ୍ରାୟ ୩ବର୍ଷ ।

କିଛି ତଳେ ଏହି ହାତୀ ଛୁଆ ଅସୁସ୍ଥ ହୋଇପଡ଼ିଥିଲା। ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଗୋଡ଼ିବାରି ହାତୀ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ତାର ଚିକିତ୍ସା କରାଯାଉଥିଲା। ସପ୍ତାହେ ହେବ ନନ୍ଦନକାନନ ଓ OUAT ଟିମ୍ ତାକୁ ସୁସ୍ଥ କରିବାରେ ଲାଗିଥିଲେ। ଖାଇ ପିଇ ପାରୁ ନ ଥିବାରୁ ଲଗାତାର ସାଲାଇନ ଦିଆଯାଉଥିଲା। ହାତୀଟିର ପାଟି ଘା’ ହୋଇଯାଇଥିଲା। ହାତୀ ଛୁଆକୁ ସୁସ୍ଥ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ଶେଷରେ ହାତୀ ଛୁଆଟିର ମୃତ୍ୟୁ ଘଟିଥିଲା।

ଅନ୍ୟପଟେ ବାରିପଦାର ଶିମିଳିପାଳ ଅଭୟାରଣ୍ୟରେ ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି। ସାଉଥ ଡିଭିଜନ ଜେନାବିଲ ରେଞ୍ଜ କାର୍ଯ୍ୟାଳୟ ନିକଟରେ ଏହି ମୃତଦେହ ଠାବ ହୋଇଛି। ହାତୀ ଛୁଆ ବର୍ଷକର ହୋଇଥିବା ଅନୁମାନ କରାଯାଉଛି। କେଉଁ କାରଣରୁ ହାତୀ ଛୁଆର ମୃତ୍ୟୁ ଘଟିଛି ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ନିକଟରେ ବନବିଭାଗ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.