ଆସିକାରେ ବିନା ବଟିରେ ଫାଇଲ ଘୁଞ୍ଚୁ ନାହିଁ !

add-all

ଵ୍ରହ୍ମପୁର: ଗତ କିଛି ଦିନ ହେଲେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଚର୍ଚ୍ଚା ରେ ରହିଛି । ସାଧାରଣ ନିର୍ବାଚନ ପରେ ଏଠାକାର ଅଧିକାଂଶ ସରକାରୀ କାର୍ଯ୍ୟାଳୟର ବାବୁ ମାନେ ଅଫିସ ସମୟରେ ଅନୁପସ୍ଥିତ ରହୁଛନ୍ତି । ବାବୁମାନଙ୍କ ଇଶାରା ରେ କର୍ମଚାରୀ ମାନେ ବିନା ବଟି ରେ ଲୋକଙ୍କ କୌଣସି କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି । ବାବୁ, ନେତା, ଦଲାଲ ମାନଙ୍କ ବଟି ନେବା ଯୋଗୁଁସାଧାରଣ ଲୋକେ ହଇରାଣ ହେଉଥିବା ଚର୍ଚ୍ଚା ହେଲାଣି। ଆସିକା ସହରର ପରିମଳ ବ୍ୟବସ୍ଥା ନକହିଲେ ଭଲ | ଏହା ସହ ତ୍ରୁଟି ପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ପାଇଁ ବର୍ଷା ହେଲେ ବହୁ ୱାର୍ଡ ରେ କୁତ୍ରିମ ବନ୍ୟା ସାଙ୍ଗକୁ ଦୀର୍ଘ ସମୟ ଲୋକେ ଜଳ ବନ୍ଦୀ ଜୀବନ ବିତାଉଛନ୍ତି। ବାବୁ କାର୍ଯ୍ୟାଳୟ ରେ ନରହିବା ନେତା ମାନଙ୍କ ପଛେ ପଛେ ରହିବା ଓ ଦୁର୍ନୀତିକୁ ପ୍ରସୟ ଦେଉଥିବା ଚର୍ଚ୍ଚା ହେଉଛି।

ରାଜସ୍ୱ ବିଭାଗ କଥା ନ କହିଲେ ଭଲ ଏହି କାର୍ଯ୍ୟାଳୟ ରେ କିଛି ଦଲାଲ ଙ୍କସହାୟତା ରେ ପଟ୍ଟା ଠାରୁ ଆରମ୍ଭ କରି ଉତ୍ତରାଧିକାରୀ, ସାର୍ଟିଫାଇକପି, ଦେବାକୁ ସର୍ବାଧିକ ବଟି ଦାବୀ କରୁଥିବା ଅଭିଯୋଗ ହେଉଛି। ଚୋରା ବାଲି ଓ ଅନିୟମିତତା ସମ୍ପର୍କରେ ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଲେ ବି କାର୍ଯ୍ୟନୁଷ୍ଠାନ ହେଉଥିବା ଚର୍ଚ୍ଚା ହେଉଛି। ଏଠାକାର ନେତା, ବାବୁ ଓ କର୍ମଚାରୀ ମାନେ ମାଲା ମାଲ ସାଧାରଣ ଜନତା ବେହାଲ ଭଳି ନୀତିରେ ଏହି ନିର୍ବାଚନ ମଣ୍ଡଳୀ ରହିଥିବା ଲୋକେ କହୁଛନ୍ତି।

ad-week
Leave A Reply

Your email address will not be published.