ରାଜ୍ୟରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ

add-all

ଭୁବନେଶ୍ୱର: ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସୂଚନା ଅନୁଯାୟୀ, ବିଧାନସଭାରେ ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ଉତ୍ତର ରଖି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏପରିକି ତହସିଲ, ବ୍ଲକ, ଥାନା ସ୍ତରରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ଭୁବନେଶ୍ୱର, କେନ୍ଦ୍ରାପଡ଼ା ଓ ପୁରୀରେ କେତେ ବାଂଲାଦେଶୀ ରହୁଛନ୍ତି ତାଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ପୋଲିସ କଡ଼ା ନଜର ରଖିଥିବା ଜଣାପଡିଛି।

ad-week
Leave A Reply

Your email address will not be published.