ଆନ୍ତର୍ଜାତୀୟ କଳ୍କୀ ଗୌରବ ପୁରସ୍କାରରେ ସମ୍ମାନିତ ହେଲେ ପୁରୀ ସିଟି ଡିଏସପି ପ୍ରଶାନ୍ତ ସାହୁ

add-all

ପୁରୀ : ଆନ୍ତର୍ଜାତୀୟ ତଥା ଜାତୀୟ ସମ୍ମାନରେ ସମ୍ମାନିତ ଓଡିଶା ନିବାସୀ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପୁରୀ ସିଟି ଡିଏସପି ଭାବରେ କାର୍ଯ୍ୟରତ ପ୍ରଶାନ୍ତ କୁମାର ସାହୁଙ୍କୁ ଆନ୍ତର୍ଜାତୀୟ କଳ୍କୀ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ସାହୁ ଙ୍କୁ ନିଜର କାର୍ଯ୍ୟ ଦକ୍ଷତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୨୪ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଉଲ୍ଲେଖନୀୟ ଅବଦାନ ପାଇଁ ନୋଏଡା, ଉତ୍ତରପ୍ରଦେଶ ର କଳ୍କୀ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ଵାରା ଏହି ସମ୍ମାନ ପ୍ରଦାନ କରାଯାଇଛି।

ଫାଉଣ୍ଡେସନର ପ୍ରତିଷ୍ଠାତା ବରୁଣ ରାସ୍ତୋଗୀଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ପ୍ରସାନ୍ତ କୁମାର ସାହୁ କୃତଜ୍ଞତା ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏହି ପୁରସ୍କାର ସେମାନଙ୍କୁ ଅଧିକ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ।

ad-week
Leave A Reply

Your email address will not be published.