ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି

add-all

ନବରଙ୍ଗପୁର : ନବରଙ୍ଗପୁର ପୌର ପାଳିକା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଯୁଗ୍ମ ଜନ ଶୁଣାଣି ଶିବିରରେ ନବରଙ୍ଗପୁର ବ୍ଲକ, ପୌରପାଳିକା ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ବ୍ୟକ୍ତିଗତ ଓ ସାମୁହିକ ଆପତ୍ତି ଅଭିଯୋଗ ନେଇ ଏହାର ସମାଧାନ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ହାଜର ହୋଇଥିଲେ l ଏହି ଜନ ଶୁଣାଣି ଶିବିରରେ ୬୧ ଗୋଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିଲା l ସେଥି ମଧ୍ୟରୁ ୫୩ ଗୋଟି ବ୍ୟକ୍ତିଗତ ରହିଥିବାବେଳେ ୦୮ ଗୋଟି ଦଳଗତ ରହିଥିଲା l ଏଥିରେ ପ୍ରଧାନମନ୍ତ୍ରୀ ଆବାସ, ଚିକିତ୍ସା ପାଇଁ ଆର୍ଥିକ ସହାୟତା, ଅଧିକୃତ ଜମି ନିମନ୍ତେ ଆର୍ଥିକ କ୍ଷତିପୂରଣ, ଅନାଥ ପିଲାମାନଙ୍କୁ ସହାୟତା, ମୃତ୍ୟୁ ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା, ଜମି ପ୍ରଦାନ, ଇଜିଏସ୍ କର୍ମଚାରୀଙ୍କୁ ପୁନଃ ଚାକିରୀ କ୍ଷେତ୍ରରେ ସ୍ଥାପନ, ଗଣଶିକ୍ଷାରେ ପୁନଃ ନିଯୁକ୍ତି, ଭୂଲେଖରେ ନାମ ଏବଂ ଜାତି ସଂକ୍ରାନ୍ତୀୟ ତଥ୍ଯ ପରିବର୍ତ୍ତନ, ଭାରତ ମାଳା ଜାତୀୟ ରାଜପଥରେ ଜମି ହରାଇ ଥିବା ହିତାଧିକାରୀଙ୍କୁ କ୍ଷତି ପୂରଣ ପ୍ରଦାନ, ବିବାହ ପ୍ରୋତ୍ସାହନ, ଶ୍ରମିକ କାର୍ଡ ପ୍ରଦାନ ଇତ୍ୟାଦି ଆପତ୍ତି ଅଭିଯୋଗ ଜିଲ୍ଲାପାଳ ଡାଃ ଶୁଭଙ୍କର ମହାପାତ୍ର ଶୁଣାଣି କରି ଏହିସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l

ଏହି ଶିବିରରେ ଗୋଟିଏ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା l ଏହି ଜନଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ସିଡିଏମଓ ମଳୟ କୁମାର ତ୍ରିପାଠୀ, ପିଏ ଆଇଟିଡିଏ ରାଜୀବ କୁମାର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବିନ୍ଦ୍ର, ଜିଲ୍ଲା ଶିଶୁ ବିକାଶ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ, ଘାସିଆ ହରିଜନ, ତହସିଲଦାର କୈଳାଶ ଚନ୍ଦ୍ର ତ୍ରିପାଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ସୁନୀଲ ଖୋରା, କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପାଳିକା, ନବରଙ୍ଗପୁର ଶଙ୍କର କେରକେଟା ଙ୍କ ସମସ୍ତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.