କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ…

add-all

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ଏକଦିବସୀୟ ରାଜ୍ୟ ସ୍ତରୀୟ ବ୍ଯାଡମିନ୍ଟନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ, ଗଷ୍ଟ ୩୧ ତାରିଖ ଦିନ ଜିଲ୍ଲା କ୍ରୀଡା ଅନୁଷ୍ଠାନ ପକ୍ଷରୁ ସମସ୍ତ ବର୍ଗର ଏକ ଦିବସୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ବରିଷ୍ଠ ବର୍ଗର ଖେଳାଳିମାନଙ୍କ ସମେତ କନିଷ୍ଠ ବର୍ଗର ବାଳକ ଓ ବାଳିକା ମାନେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପରବର୍ତ୍ତୀ ଦିନ କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ଢେଙ୍କାନାଳ ଅନୁଗୋଳ, ସମ୍ବଲପୁର,ବଲାଙ୍ଗୀର,ଢେଙ୍କାନାଳ,ଭଞ୍ଜନଗର,ବୌଦ୍ଧ,ସୋନପୁରର ଓ କଳାହାଣ୍ଡି ଜିଲ୍ଲା ସମେତ ଅନ୍ୟାନ୍ୟ ୨୪ ଟି ଜିଲ୍ଲା ର ଖେଳାଳି ମାନେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଢେଙ୍କାନାଳର ତାରିଣୀ ଏବଂ ପାର୍ଟନର ଚମ୍ପିଅନ୍ ହୋଇଥିଲେ ସେହିପରି ବଲାଙ୍ଗିର ଜିଲ୍ଲା ଇନଫାର ଓ ପାର୍ଟନର ରନର୍ସଅପ ହୋଇଥିଲେ। ସୋନପୁର ଜିଲ୍ଲାର ସରୋଜ ଭୋଇ ଏବଂ ପାର୍ଟନର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶେଷରେ ଦିବସର ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ବିଜୟୀ ପ୍ରତିଯୋଗୀ ମାନଙ୍କୁ ଅର୍ଥ ରାଶି ଓ ମୋମେଣ୍ଟୋ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଅନ୍ଯତମ ଅତିଥି ଭାବେ ଫୁଲବାଣୀ କୋଠାବାଡି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅମିତ କୁମାର ଟୁଡୁ, ପୋଲିସ୍ଯୋ ରିଜର୍ଭ ଇନ୍ସପେକ୍ଟର ବୀର ସିଂ ଶବର ଓ ହୋମଗାର୍ଡ ଆର ଆଇ ବାଲୁକେଶ୍ଵର କାଚାପ୍ଯୋ ଯୋଗ ଦେଇ ଅନୁଷ୍ଠିତ ଏହି ଚିତାକର୍ଷକ ଖେଳକୁ ଉପଭୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ଫୁଲବାଣୀ ର ବରିଷ୍ଠ ବ୍ଯାଡମିନ୍ଟନ ଖେଳାଳି ପ୍ରଶାନ୍ତ କୁମାର ବେହେରା ପରିଚାଳନା କରିଥିଲେ। ଆସୋସିଏସନ ପକ୍ଷରୁ ଫୁଲବାଣୀ ର ୬୦ ଦସକ ଓ ୮୦ ଦସକର ଖେଳାଳି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ କେ. ଜ୍ଞାନ କୁମାର ଦୋରା, ରାଘବାନନ୍ଦ ଦଲାଲ ଏବଂ ଅଶୋକ କୁମାର ପଟ୍ଟନାୟକ ଥିଲେ। ବରିଷ୍ଠ ଖେଳାଳି ମାନେ ସେମାନଙ୍କ ସମୟର ଖେଳ ଅଭିଜ୍ଞତା ବାବଦରେ କହିବା ସହିତ ଯୁବ ପିଢି ଜୀବନରେ ଖେଳ କୁ ମଧ୍ୟ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ କୁ ଫୁଲବାଣୀ ଇନଡୋର ର କୋଚ୍ ଅସୀମ ନାୟକଙ୍କ ପରିଚାଳନା ରେ, ସବ୍ଯସାଚୀ ଦଲାଲ,ସମ୍ବିତ ଦାସ,ସ୍ନେହାଶିଷ୍ ହୋତା, ମହେଶ କୁମାର ସୁବୁଦ୍ଧି, ସତ୍ୟଜିତ୍ ପଟ୍ଟନାୟକ, ପ୍ରସାଦ ସୋନୁ ପ୍ରମୁଖ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.