ଆସିକା ରାଜ ରାସ୍ତାରେ ଡ୍ରେନେଜ ପାଣି :ଡେଙ୍ଗୁ ପାଇଁ ନିମନ୍ତ୍ରଣ କରୁଛି ପୌର ପରିଷଦ…

add-all


ବ୍ରହ୍ମପୁର: ୩-୯ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ୱଛତା ର ଡିମ ଡିଣ୍ଡିମ ପିଟୁଥିବା ବେଳେ ରାଜ ରାସ୍ତା ଉପରେ ଡ୍ରେନେଜ ପାଣି ଭାସୁଛି।ଆସିକା ସହରକୁ ସୁନ୍ଦର ସରସ କରିବାକୁ ବିଭିନ୍ନ ୱାର୍ଡ ରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଇଛି। ବିଭିନ୍ନ ରାସ୍ତା, ଡ୍ରେନେଜ, ପାର୍କ, ମିଶେନ ଶକ୍ତି ଗୃହ ନିର୍ମାଣ ନାମରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ୱାର୍ଡ଼ ମେମ୍ବର ମାନେ ଅଭିଯୋଗ କରୁଛନ୍ତି। ତ୍ରୁଟି ପୂର୍ଣ୍ଣ ଡ୍ରେନେଜ ନିର୍ମାଣ ହେବା ଫଳରେ ବହୁ ୱାର୍ଡ଼ ରେ ସାମାନ୍ୟ ବର୍ଷା ହେଲେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ବର୍ଷା ଦିନ ପୂର୍ବରୁ ଡ୍ରେନେଜ ଗୁଡ଼ିକରୁ ପଙ୍କ ମାଟି ଉଦ୍ଧାର କରିନଥିବା ଯୋଗୁଁ ବିନାୟକ ବଜାର ଲକ୍ଷ୍ମୀ ବଜାର ପୁରୁଣା ବସଷ୍ଟାଣ୍ଡ ରେ ରାଜ ରାସ୍ତା ଉପରେ ସବୁ ବେଳେ ନର୍ଦ୍ଧମା ପାଣି ଜମି ରହୁଛି। ଯାହା ଫଳରେ ମଶା ମାଛିଙ୍କ ବଂଶ ବୃଦ୍ଧି ହେଉଛି। ଆସିକା ପୁରୁଣା ବସଷ୍ଟାଣ୍ଡ ରେ ଡ୍ରେନେଜ ପାଣି ରାସ୍ତା ଉପରେ ରହୁଥିବା ଯୋଗୁଁ ରୀତିମତ ଦୁର୍ଘଟଣା ଘଟୁଛି। ଅଧିକାଂଶ କରି ଦୁଇ ଚକିଆ ଯାନ ଯିବା ବେଳେ କାଦୁଅ ରେ ଫସିଯିବ ସହ ଦୁର୍ଘଟଣା ହେଉଛି। ଏଠାରେ ହଉଥିବା ଦୁର୍ନୀତି ସମ୍ପର୍କ ରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଲେ ବି କୌଣସି ସୁଫଳ ମିଳୁନାହିଁ।

ad-week
Leave A Reply

Your email address will not be published.