ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଚଢ଼ଉ, ପିକଅପ୍ ଭ୍ୟାନ ସହ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ

add-all

ହିଞ୍ଜିଳିକାଟୁ ୩/୯ : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଗୁରୁଣ୍ଡି ନରେନ୍ଦ୍ରପୁର ରୋଡରେ ଚଢ଼ଉ କରି ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ଓଜନ ୨୫୦ କେଜି ଏକପିକଅପ ଭ୍ୟନ ଓଡି୦୭ ଏ ଟି ୭୭୩୨ ଯାଉଥିବା ବେଳେ ଗୁଇନ୍ଦା ବିଭାଗ ଗୋଡାଇ ଗାଡିକୁ ଅଟକାଇ ଧରିଛି। ଗଞ୍ଜେଇ ଚୋରା ଚାଲାଣ କରୁଥିବା ମହାରାଷ୍ଟ୍ରର ମହମ୍ମଦ ରିଈସ ଲାଧା ଓ ଉତ୍ତରପ୍ରଦେଶ ର ଗୋଲାମ ମହମ୍ମଦ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗୁଇନ୍ଦା ବିଭାଗର ଈଡିସି ଡମ୍ବରୁଧର ଖଣ୍ଡ ସୁଚନା ଦେଇଛନ୍ତି।

ଅଚାନକ ଚଢ଼ଉ ପରେ ବିଭିନ୍ନ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଅବକାରୀ ଗୁଇନ୍ଦା ବିଭାଗ। ମଙ୍ଗଳବାର ସକାଳେ ଅବକାରୀ ଗୁଇନ୍ଦା ବିଭାଗର ଡିଏସଇ ସ୍ନେହଲତା ନାବିକ ଙ୍କ ନେତୃତ୍ବରେ ଏସ ଆଇ ଅଜିତ କୁମାର ନାୟକ ୧୫ ଗୁରୁଣ୍ଠି ନରେନ୍ଦ୍ରପୁର ରୋଗରେ ପିକ ଅପ ଭ୍ୟାନ କୁ ଅଟକାଇ ଚଢ଼ଉ କରିଥିଲା। ଚଢ଼ଉ ସରିବା ପରେ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ।

ad-week
Leave A Reply

Your email address will not be published.