
ରାୟଗଡା : ସମଗ୍ର ଭାରତରେ ୨୧ ପ୍ରକାରର ଦିବ୍ୟାଙ୍ଗ ମାନଙ୍କ ପାଇଁ କାମ କରୁଥିବା ସଂଗଠନ ସମଦୃଷ୍ଟି କ୍ଷମତା ବିକାଶ ଏବଂ ଅନୁସନ୍ଧାନ ମଣ୍ଡଳ (ସକ୍ଷମ) ତାର ଦିନିକିଆ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ବର୍ଗ ରାୟଗଡାର ଆଇଟିଡିଏ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହେଇଛି | ଉକ୍ତ ପ୍ରଶିକ୍ଷଣ ବର୍ଗରେ ଓଡିଶା ପଶ୍ଚିମରୁ ରାୟଗଡା ସହ ମୋଟ ୧୦ ଟି ଜ଼ିଲ୍ଲା ଯୋଗଦାନ କରିଥିଲେ | ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ବରଗଡ଼, ଝାରସୁଗୁଡା ଓ ସମ୍ବଲପୁର ଜ଼ିଲ୍ଲାରୁ ସକ୍ଷମରୁ ଜ଼ିଲ୍ଲା ସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ ସକ୍ଷମର ପ୍ରମୁଖ କାର୍ଯ୍ୟକର୍ତ୍ତା ଏହି ପ୍ରଶିକ୍ଷଣ ବର୍ଗରେ ଅଂଶଗ୍ରହଣ କରିଥିଲେ | ଏହି ପ୍ରଶିକ୍ଷଣ ବର୍ଗରେ ପ୍ରମୁଖ ଅତିଥି ଭାବେ ଶ୍ରୀ ମହେନ୍ଦ୍ରଗିରି ବାବା, ନିତାର ର କାର୍ଯ୍ୟକାରୀଣି ସଦସ୍ୟ ତଥା ସକ୍ଷମର ଅଖିଳ ଭାରତୀୟ ପ୍ରମୁଖ କାର୍ଯ୍ୟକର୍ତ୍ତା ସରୋଜ ସାହୁ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ତଥା ପ୍ରାନ୍ତ ସେବା ପ୍ରମୁଖ ଦୀପକ ରାଉତ, ସକ୍ଷମର ରାଜ୍ୟ ସଂରକ୍ଷକ ଡକ୍ଟର ବାଦଲ କୁମାର ତା, ରାଜ୍ୟ ସଭାପତି ଡକ୍ଟର ଗୋପେଶ୍ୱରୀ ହୋତା, ରାଜ୍ୟ ପ୍ରକଳ୍ପ ପ୍ରମୁଖ ବୀରକିଶୋର ମହାନ୍ତ ପ୍ରମୁଖ ମଞ୍ଚାସିନ ଥିଲେ | ମଞ୍ଚ ସହ ପ୍ରଶିକ୍ଷଣ ବର୍ଗର ପରିଚାଳନା ରାଜ୍ୟ ସଚିବ ଶ୍ୟାମ କୁମାର ଦାଶ ପରିଚାଳନା କରିଥିଲେ | ସୂଚନା ଅନୁଯାୟୀ ଦିବ୍ୟାଙ୍ଗଙ୍କୁ ସମାଜରେ ମୁଖ୍ୟସ୍ରୋତକୁ ଆଣିବା ଯେପରି ସାମାଜିକ, ସେବା, ରାଜନୈତିକ, ସାଂସ୍କୃତିକ, ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ସମତୁଲ୍ୟ ବ୍ୟବହାର ପାଇବେ ସେଦୃଷ୍ଟିରେ ସକ୍ଷମ ସମସ୍ତ ଜ଼ିଲ୍ଲା ମାନଙ୍କରେ ଏକ ସଶକ୍ତ ଟିମ୍ ହେଇ କାମ କରିବ ତାହା ଏହି ପ୍ରଶିକ୍ଷଣ ବର୍ଗର ମୁଖ୍ୟ ବିଷୟ ଥିଲା | ଅନ୍ୟମାନଙ୍କ ମଧ୍ୟରେ ସକ୍ଷମର ରାଜ୍ୟ ଅଧିକାରୀ ହରେକୃଷ୍ଣ ବିଶି ଓ ଶିଶିର ସାବତ, ସେଇପରି ଜ଼ିଲ୍ଲା ଶିଶୁ କଲ୍ୟାଣ କମିଟି ଅଧକ୍ଷା ବିଦୁଲତା ହୁଇକା,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଚକ୍ରଧର ରାଓ, ଶଙ୍କର ପ୍ରଧାନ,ସୁଶାନ୍ତ ସୁବୁଦ୍ଧି,ବିଦ୍ୟା ପଣ୍ଡା, ବିଦ୍ୟା ସାଗର, ଭାରତୀୟ ମଜଦୁର ସଂଘର ଯୋଗେଶ୍ୱର ଦାସ, ଗଣେଶ ସାହୁ, ବିଜେପିର ଶିବ ପଟ୍ଟନାୟକ,ଟି ନାଗରାଜୂ, ଅଜୟ ଚୂଲେଟ, ରାଜେଶ ପାଣିଗ୍ରାହୀ, ସୁଶାନ୍ତ ମିଶ୍ର, ବରିଷ୍ଠ ସାମ୍ବାଦିକ ଅଜୟ ରଥ,ବରିଷ୍ଠ ଓକିଲ କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ବର୍ଗରେ ଅଂଶଗ୍ରହଣ କରିଥିଲେ | ଆଗାମୀ ଦିନରେ ଓଡିଶା ପଶ୍ଚିମର ସମସ୍ତ ଜ଼ିଲ୍ଲାରେ ସକ୍ଷମ ତାର ଗତିବିଧି ବଢାଇବ ଜାହା ସଚିବ ଶ୍ୟାମ ଦାଶ ପ୍ରକାଶ କରିଛନ୍ତି |