ଗଞ୍ଜାମ ଜିଲ୍ଲା ମଦ ମୃତ୍ୟୁ ବିଭୀଷିକା ସୌଦାଗର ମାନେ ଏବେ ବି ସକ୍ରିୟ, ତଦନ୍ତ କୁ ନେଇ ସନ୍ଦେହ…!!

youtube

ମଦ ମାଫିଆ ମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ କେବେ…?


ଭୁବନେଶ୍ୱର: ୪-୯ ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ପରେ ବି ଜିଲ୍ଲାର ଅଧିକାଂଶ ଅଞ୍ଚଳ ରେ ଏବେବି ଚୋରା ମଦ ପ୍ରସ୍ତୁତି ଚାଲିଛି। ଅବକାରୀ ଓ ପୋଲିସ ବିଭାଗ ଯେଉଁ ଅଞ୍ଚଳକୁ ଯାଉଛନ୍ତି। ସେ ଅଞ୍ଚଳ ରୁ ହଜାର ହଜାର ଲିଟର ପୋଚ ସାଙ୍ଗକୁ ମଦ ଜବତ ହେଉଥିବାର ନଜିର ରହିଛି। ବ୍ରହ୍ମପୁର, ଦିଗପହଣ୍ଡି,ଶେରଗଡ଼ ପୁରୁଷୋତ୍ତମପୁର,ଧରାକୋଟ, ଆସିକା ଅଞ୍ଚଳ ରେ ଏବେବି ଦେଶୀ ଓ ବିଦେଶୀ ନକଲି ମଦ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। କିଛି ବର୍ଷ ହେଲା ଚୋରା ମଦ ବିକ୍ରି ଓ ପ୍ରସ୍ତୁତ କରୁଥିବା ମାଫିଆ ମାନଙ୍କ ସମ୍ପତ୍ତି କୋଟି କୋଟି ଟଙ୍କାର ବୃଦ୍ଧି ହୋଇଥିବା ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି।ନିର୍ବାଚନ ବେଳେ ମଦ ମାଫିଆ ମାନଙ୍କ କଳାଧନ ବିଭିନ୍ନ ରାଜନୈତିକ ଦଳରେ ଅନ୍ଧାଧୂନ ଭାବେ ଖର୍ଚ୍ଚ ହୋଇଥିବା ଏବେ ଚର୍ଚ୍ଚା ହେଲାଣି। ମାଫିଆ ମାନେ ବହୁରୂପୀ ଏଣ୍ଡୁଓ ଭଳି ଏବେ ନିର୍ବାଚିତ ପ୍ରତିନିଧି ମାନଙ୍କ ସହିତ ସାଲାସୁତାରା ହୋଇ ସେମାନଙ୍କ ବ୍ୟବସାୟ ପୁଣି ଆରମ୍ଭ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ବିଭାଗୀୟ ମନ୍ତ୍ରୀ ମାଫିଆ ମାନଙ୍କ ସମ୍ପତ୍ତି ଯାଞ୍ଜ ହେବ ବୋଲି ଯେଉଁ ସନ୍ଦେଶ ଦେଇଛନ୍ତି। ତାହା କେବେ ପୂରଣ ହେବ ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି। ନା ଏହାବି ଧର୍ମକୁ ଆଖି ଠାର ବୋଲି ସାଧାରଣ ଓ ବୁଦ୍ଧିଜୀବୀ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି l ଚିକିଟି ମଦ ମୃତ୍ୟୁ ସଂଖ୍ୟା ବଢୁ ଥିବା ବେଳେ ତଦନ୍ତ କୁ ନେଇ ଉଠୁଛି ଅନେକ ପ୍ରଶ୍ନ..?? ଗଞ୍ଜାମ ଜିଲ୍ଲା ରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ନୁଆଁ ନୁହଁ ଏହା ପୂର୍ବରୁ ମଧ୍ୟ ଘଟିଛି କିନ୍ତୁ ନୁଆଁ ସରକାର ଙ୍କ ଉପରେ ଜନତାଙ୍କ ଭରଷା ରହିଛି ଦେଖାଯାଉ ତଦନ୍ତ କଣ ହେଉଛି l ଶୁଣିବାକୁ ମିଳିଲାଣି ମଦ ମାଫିଆ ମାନେ ପଟ ପରିବର୍ତ୍ତନ କରି ବିଧାୟକ ଓ ମନ୍ତ୍ରୀ ଙ୍କ ଶରଣ ରେ ଏବଂ ସେମାନଙ୍କ ବ୍ୟବସାୟ କିପରି ପୁଣି ଚାଲିବ ସାଲିସ କରି ସାରିଲେଣି ବୋଲି ଚର୍ଚ୍ଚା l ଅଫିସର ଠାରୁ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ବିଭିନ୍ନ ଦାମୀ ଉପହାର ଦେଇ ମଦ ମାଫିଆ ମାନେ ପୁଣି ସକ୍ରିୟ ହେଲେଣି ବୋଲି ଅଭିଯୋଗ ହେଉଛି l ବିଗତ ସରକାର ଙ୍କ ଠାରୁ ନୂତନ ସରକାର ପାଦେ ଆଗରେ ବୋଲି ଚର୍ଚ୍ଚା ଲୋକଙ୍କ ଆଶା ଭରଷା ସହିତ ସରକାର ଧ୍ୟାନ ଦେଇ ଏହି ମଦ ମାଫିଆ ମାନଙ୍କୁ ଉପଯୁକ୍ତ ଶାସ୍ତି କିପରି ଦେବେ ବୋଲି ଜିଲ୍ଲାର ସଚେତନ ନାଗରିକ ଦାବୀ ରଖି ଛନ୍ତି l

Leave A Reply

Your email address will not be published.