ଗଣେଶ ପୂଜା ପାଇଁ ସରକାରୀ ସ୍କୁଲରେ ଚାନ୍ଦା ଆଦାୟ । ଜିଲାପାଳଙ୍କ ଦୃଷ୍ଟି ପଡିବ କି ?

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ୧୨ ଗୋଟି ବ୍ଲକ ବେଲ ପଦର ଓଡିଶା ଆଦର୍ଶ ବିଦ୍ୟାଳୟ ସମେତ ୧୧ ଗୋଟି ସ୍କୁଲରେ ପୂଜା ଚାନ୍ଦା ମାଗୁଛନ୍ତି । ଏହା ସହିତ ବାଧ୍ୟତାମୂଳକ କରିଛନ୍ତି ବୋଲି ଅଭିଭାବକ ମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି l
ଏହି ସ୍କୁଲରେ ଅଧିକାଂଶ ଛାତ୍ର ଛାତ୍ରୀ ଆଦିବାସୀ, ହରିଜନ ,ସାଧାରଣ ବର୍ଗ ଓ ପଛୁଆ ବର୍ଗର ପିଲାମାନଙ୍କୁ ପାଠ ପଢ଼ାଇ ବା ପାଇଁ ଅର୍ଥ ଅଭାବ ଥିବାବେଳେ ସରକାରୀ ସ୍କୁଲ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ରହିଛି। ଏହି ସ୍କୁଲରେ ଶତାଧିକ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି । କିନ୍ତୁ ସରକାର ଙ୍କ ନିୟମ ରହିଛି ସରକାରୀ ଓ ବେସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ କୌଣସି ପ୍ରକାରେ ଉତ୍ସବ ପାଳନ ତଥା ଗଣେଶ, ସ୍ୱରସ୍ବତୀ ପୁଜା, କୌଣସି ସ୍ଥାନକୁ ବିଜ୍ଞାନ ମେଳା ଓ ଦଶନୀୟ ସ୍ଥାନ ଭ୍ରମଣ ପାଇଁ ଗଲେ ଟଙ୍କା ମାଗିପାରିବେ ନାହିଁ। ଏହାଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି।

ଏହାକୁ ବେଖାତିରି କରି କନ୍ଧମାଳ ଜିଲ୍ଲାରେ ଥିବା ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଗଣେଶ ପୂଜା ପାଇଁ ଟଙ୍କା ଆଦାୟ କରାଯାଉଛି।ଯେଉଁ ଛାତ୍ର ଛାତ୍ରୀ ମାନେ ଟଙ୍କା ନ ଦେବେ ସେହି ଛାତ୍ର ଛାତ୍ରୀ ସେହି ଦିନ ବିଦ୍ୟାଳୟକୁ ଆସିବେ ନାହିଁ ବୋଲି ଶିକ୍ଷକ କହିବା କେତେ ଦୂର ଠିକ୍ ଏହାର ପକୃତ୍ ସତ୍ୟତା ତଦନ୍ତ କରି ଶିକ୍ଷା ବିଭାଗ ର ଉଚ୍ଚ ପଦସ୍ତ ଅଧିକାରୀ ଜିଲ୍ଲା ପାଳଙ୍କୁ ଜଣାଇ ଏହା ଉପରେ ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି ହେଉଛି।ଏହା ସହିତ ପ୍ରତି ସ୍କୁଲ,କଲେଜ ମାନଙ୍କରେ ସ୍ଵଚ୍ଛ ଭାରତ,ୱାସ ରୁମ ସଫାସୁତରା ଠିକ ଭାବରେ ରଖାଯାଉ ନାହିଁ।ଏଥି ପ୍ରତି ଦୃଷ୍ଟି ଦେଲେ ସ୍ୱଚ୍ଛ ଭାରତ ର ଆନ୍ତରିକତା ରହିଛି ବୋଲି ଜଣାପଡିବ।

ad-week
Leave A Reply

Your email address will not be published.