ମୋଟୁ ବନ ବିଭାଗ ଦ୍ଵାରା ପିକ୍ ଅପ୍ ଭ୍ୟାନ ମଧ୍ୟରୁ ୫୦୦ କଇଁଚ ଜବତ ସହ ୪ ଗିରଫ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ବନ ବିଭାଗ ଦ୍ବାରା ବୁଧବାର ଦିନ ପ୍ରାୟ ୫୦୦ କଇଁଛ ଉଦ୍ଧାର କରାଯାଇଛି। ଖବର ଅନୁଯାୟୀ କଇଁଛ ଚୋରାଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ମୋଟୁ ବନ ବିଭାଗ ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପଇଁତରା ମାରୁଥିଲେ। ଦୁଇ ପିକଅପ ଭ୍ୟାନ ଅତି ଦ୍ରୁତ ଗତିରେ ଆନ୍ଧ୍ରପ୍ରଦେଶ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଦୁଇ ପିକଅପ ଭ୍ୟାନକୁ ଅଟକାଇ ଥିଲେ। ପଚରାଉଚରା ବେଳେ ଜାଣିବାକୁ ପାଇଥିଲେ ଯେ ଗାଡ଼ିଟି ସାର(ଖତ)ନେଇ ଯାଉଥିଲେ। ତେବେ ଗାଡ଼ିକୁ ଭଲ ଭାବରେ ତଲାସି କରିବାରୁ ଗାଡି ଭିତରେ ଏକ କଣ୍ଟେନରରେ ପାଖାପାଖି ୫ ଶହ ଜିଅନ୍ତା କଇଁଛ ଦେଖ‌ବାକୁ ମିଳିଥିଲା। ଅପରାଧିମାନେ ଏହି ଜିଅନ୍ତା କଇଁଛ ତସ୍କରୀ କରୁଥିବା ଅଭିଯୋଗରେ ବନ ବିଭାଗ ସେମାନଙ୍କୁ ଗିରଫ କରିଛି। ଏତେ ପରିମାଣର କଇଁଛ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ତସ୍କରୀ କରି ଆଣୁଥିବାରୁ ତାହା କେଉଠୁ ଆସୁଛି ଓ ଏହାର କିଙ୍ଗୀପିନ କିଏ ଏହି ବାବଦରେ ମୋଟୁ ବନ ବିଭାଗ ମାମଲାର ତଦନ୍ତ ଜାରିରଖିଛନ୍ତି। ତେବେ ଜବତ କଇଁଚ ଏବଂ ଦୁଇ ପିକ ଭ୍ୟାନ ଗାଡିକୁ ଏମଭି-୭୯ କାର୍ଯ୍ୟାଳୟରେ ରଖାଯାଇଥିବାବେଳେ ଗିରଫ ୪ ଜଣଙ୍କୁ ବନବିଭାଗ ଆଟକ ରଖିଥିବା ବନାଞ୍ଚଳ ଅଧୂକାରୀ ରଶ୍ମୀରଂଜନ ସ୍ବାଇଁ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.