ସୁଭଦ୍ରା ଯୋଜନାପାଇଁ ଆଧାରରେ ମୋବାଇଲ ନମ୍ବର ସଂଯୋଗ ପାଇଁ ପୋଷ୍ଟ ଅଫିସରେ ଭିଡ଼

add-all

ମାଲକାନଗିରି : ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ସୁଭଦ୍ରାଯୋଜନା କୁ ସାକାର କରିବା ପାଇଁ ଆଦେଶ ନାମା ଯୋଗୁଁ ରାଜ୍ୟରେ ସୁଭଦ୍ରା ଯୋଜନାର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମାଲକାନଗିରି ସଦର ମହକୁମା ପୋଷ୍ଟ ଅଫିସ ଭିତରେ ଓ ବାହାରେ ଠାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖ‌ିବାକୁ ମିଳିଛି । ଲୋକମାନେ ସୁଭଦ୍ରା ଯୋଜନାର ଧନ ରାଶି ପାଇବା ପାଇଁ ନିଜ ଆଧାର କାର୍ଡରେ ମୋବାଇଲ ନମ୍ବର ଅପଡେଟ କରିବା ଏବଂ ଠିକଣା ଅପଡେଟ କରିବା ପାଇଁ ମାଲକାନଗିରି ମୁଖ୍ୟ ପୋଷ୍ଟ ଅଫିସରେ ଥ‌ିବା ଆଧାର ସେଣ୍ଟର ପ୍ରବଳ ଭିଡ଼ ଜମାଇ ଛନ୍ତି । ସଦର ମହକୁମା ର ବିଭିନ୍ନ ବ୍ୟାଙ୍କ ଓ ଆଧାର ସିଏସି ସେଣ୍ଟର ରହିଥିବା ବେଳେ ପୋଷ୍ଟ ଅଫିସ ରେ କିନ୍ତୁ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି । ଗତକାଲି ଏହିଭଳି ଭିଡ଼ ଯୋଗୁଁ ପିସିଆର ଭ୍ୟାନ ଡ଼କାଯାଇ ପୋଲିସ ଦ୍ୱାରା ଭିଡ଼ ନିୟନ୍ତ୍ରଣ କରା ଯାଇଥିଲା । ସରକାରୀ ଯୋଜନା ଲାଭ ପାଇବା ପାଇଁ ଦୂର ଦୁରାନ୍ତରୁ ବହୁ ଲୋକ ସଦର ମହକୁମା କୁ ଆସିବା ଦ୍ୱାରା ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି । ଆଧାର କାର୍ଡ ଅପଡେଟ କରିବା ପାଇଁ ଦୁଇ ଦିନ ଧରି ଅପେକ୍ଷା କରି ରହିଥ‌ିବା ଲୋକେ ବହୁତ ବିରକ୍ତି ଭାବ ହୋଇ ଅସନ୍ତୋଷ ପ୍ରକାଶ କରିବା ସହ ଯଥା ଶୀଘ୍ର ପ୍ରଶାସନ ବିଶେଷ ଧ୍ୟାନ ଦେଇ ସରକାରୀ ସ୍ଥରରେ ଆଧାର ସେଣ୍ଟର ଖୋଲି ଲେ ପଞ୍ଜିକରଣ ପ୍ରକ୍ରିୟା ସୂଚରୁ ରୂପେ କରି ପାରିବେ ବୋଲି ସାଧାରଣରେ ମତ ପ୍ରକାଶ କରିଛନ୍ତି । ଆଧାର ପଞ୍ଜିକରଣ ପାଇଁ କିଛି ଲୋକ ୨ଦିନ ହେବ ସକାଳ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ନଖାଇ ଧାଡ଼ିବାନ୍ଧି ଠିଆହୋଇ ଥିଲେ ମଧ୍ୟ ବର୍ତ୍ତମାନ ସୁଧା ପଞ୍ଜିକରଣ ହୋଇପାରି ନଥିବା ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.