ଆସିକାରେ ରାଜନୈତିକ ହିଂସା..!

add-all

ଯୁବ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ….
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ରେ ଆଜି ସନ୍ଧ୍ୟା ରେ ଯୁବ ବିଜେପି ନେତା ଶ୍ରୀନିବାସ ଭଞ୍ଜ ଙ୍କୁ ଆକ୍ରମଣ ହୋଇଛି। ଶ୍ରୀନିବାସ ଭଞ୍ଜଙ୍କୁ ଅଜଣା କଲ ଆସିବା ପରେ ସେ ନିଜର ବାଇକ ଯୋଗେ ସୂତାକଳ ନିକଟକୁ ଯାଉଥିଲେ।ଏହି ସମୟରେ କିଛି ଯୁବକ ବାଇକ କୁ ଅଟକାଇ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ। ଶ୍ରୀନିବାସ ଙ୍କୁ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ଅଣା ଯାଇଥିଲା ଏଠାରେ ପ୍ରାଥମିକ ଚିକିତ୍ସା ଚାଲିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ଶ୍ରୀନିବାସ ଦୀର୍ଘ ବର୍ଷ ହେଲା ଆସିକା ଅଞ୍ଚଳ ରେ ବିଜେପି ର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଛନ୍ତି।ରାଜନୈତିକ ଉଦ୍ଦେଶ୍ୟ ରେ ଏହି ଆକ୍ରମଣ ହୋଇଥିବା ଶ୍ରୀନିବାସ କହିଛନ୍ତି। କୋଟିନଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପାହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଏକ ରାଜନୈତିକ ହିଂସା ହୋଇଥିବା ଯୋଗୁଁ ବିଜେପି ର ବହୁ କର୍ମୀ ଡାକ୍ତର ଖାନାକୁ ଆସି ଶ୍ରୀନିବାସ ଙ୍କ ସହ କଥା ବାର୍ତ୍ତା ହୋଇଯାଇଛନ୍ତି। ପ୍ରକାଶ ଥାଉକି ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ସମୟରୁ ବିଜେପି ଦୁଇ ଗୋଷ୍ଟି ମଧ୍ୟରେ ତିକ୍ତତା ଲାଗିରହିଥିବା ନେଇ ଚର୍ଚ୍ଚା ହୋଇଆସୁଛି। ତଦନ୍ତ ପରେ ଏହା ରାଜନୈତିକ ହିଂସା ନା ନାହିଁ ଜଣାପଡିବ।

ad-week
Leave A Reply

Your email address will not be published.