କନ୍ଧମାଳ ବିଜେପିର ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନ ଶୁଭାରମ୍ଭ…

add-all

ଫୁଲବାଣୀ :କନ୍ଧମାଳ ଭାରତୀୟ ଜନତା ପାର୍ଟିର ଫୁଲବାଣୀ ପ୍ରଦକ୍ଷିଣ ଗୃହ ଠାରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ସଦସ୍ୟତା ଅଭିଯାନ କର୍ମଶାଳା ଶୁଭାରମ୍ଭ ହୋଇଛି l ଏଥିରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ରମେଶ ଚନ୍ଦ୍ର ମହାନ୍ତି, ସଞ୍ଜୀତ ମଣ୍ଡଳ, ପରେଶ ମହାପାତ୍ର, ସ୍ଵରୂପାନନ୍ଦ ପଟ୍ଟନାୟକ, ମୁକ୍ତିକାନ୍ତ ମହାନ୍ତି, ନମିତା ସାହୁ, ତପନ ପାଢୀ,ଟୁଟୁ ସେନାପତିଙ୍କ ସମେତ ବହୁ ସଂଖ୍ଯାରେ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ l
କର୍ମଶାଳାକୁ ଜିଲ୍ଲା ସଭାପତି ପରିଚାଳନା କରିଥିଲେ । ଉକ୍ତ ବୈଠକରେ ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ୪୦ ଦିନ ନିମନ୍ତେ ପ୍ରାଥମିକ ଏବଂ ସକ୍ରିୟ ସଦସ୍ୟତା ଅଭିଯାନ ଚାଲିବ ବୋଲି ସଭାପତି ଶ୍ରୀ ସାହୁ ସୂଚନା ଦେବା ସହ ଆଗାମୀ କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇ ସଂଗଠନକୁ ସୁଦୃଢ କରିବା ନିମନ୍ତେ ଆହ୍ବାନ ଦେଇଛନ୍ତି । ଜିଲ୍ଲାର ୧୨ ଟି ବ୍ଳକରେ ଏହି କର୍ମଶାଳାକୁ ସମ୍ପ୍ରସାରିତ କରିବା ଏବଂ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନକୁ ଆଗେଇ ନେବା ନିମନ୍ତେ କର୍ମୀଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା l

ad-week
Leave A Reply

Your email address will not be published.