ଆଧାର- ମୋବାଇଲ ଲିଙ୍କ ବାଧ୍ୟ ନୁହେଁ,ସାମ୍ବାଦିକ ସମ୍ମିଳନୀରେ ମତରଖିଲେ ଜିଲ୍ଲାପାଳ…

add-all

ମାଲକାନଗିରି, ୦୬/୦୯/୨୪:ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟାର ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଧାରରେ ଫୋନ୍ ନମ୍ବର ଲିଙ୍କ୍ କୁ ନେଇ ବିଭିନ୍ନ ଆଧାର ସେଣ୍ଟର ଓ ପୋଷ୍ଟ ଅଫିସ ରେ ପ୍ରବଳ ଗହଳି ଲାଗିରହିଛି । ଦୂରଦୂରାନ୍ତରୁ ଲୋକେ ରାତିଅଧିଆ ଲାଇନ ଲଗାଇଥିବା ଖବର ସର୍ବପ୍ରଥମେ ନିଷର୍ତ୍ତ ଖବରରେ ପ୍ରସାରଣ ହୋଇଥିଲା । ଗତ ତିନିଦିନ ଧରି ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟାର ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଧାରରେ ଫୋନ୍ ନମ୍ବର ଲିଙ୍କ୍ ଜରୁରୀ ନୁହେଁ ବୋଲି ଆଜି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୁଭଦ୍ରା ଫର୍ମ ଦାଖଲ କରିବା ପାଇଁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ୍ ହୋଇନଥିଲେ ମଧ୍ୟ ମୁହଁ କିମ୍ଵା ଟିପର ପ୍ରିଣ୍ଟ ସ୍କାନିଂ ମାଧ୍ୟମରେ ଆଧାର ପ୍ରାମାଣିକ କରଣ କରାଯାଇ ପାରିବ। ତେଣୁ ଆବେଦନକାରୀ ସୁଭଦ୍ରା ଯୋଜନାରେ ଲାଭ ଉଠାଇବାକୁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ କରିବାକୁ ବ୍ୟସ୍ତ ନହୋଇ ବିନା ମୋବାଇଲ ନମ୍ବରରେ ଲିଙ୍କରେ ଆବେଦନ କରି ପାରିବେ। ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ ଆବେଦନ ନିମନ୍ତେ ଅନ୍ତିମ ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ଏଣୁ ଆବେଦନକାରୀ ଯେ କୌଣସି ସମୟରେ ନିକଟସ୍ଥ ସେବା କେନ୍ଦ୍ରରେ ଆବେଦନ କରି ପାରିବେ। ୨୧ ବର୍ଷରୁ ଉର୍ଦ୍ଧ୍ବ ଓ ୬୦ ବର୍ଷରୁ କମ୍ ହୋଇଥିବା ମହିଳା ଏହି ଯୋଜନାରେ ଆବେଦନ କରି ପାରିବେ। ଆବେଦନ ଫର୍ମ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ବିନା ମୂଲ୍ୟରେ ଉପଲବ୍ଧ ହେଉଛି। ସେହିପରି ବିନା ମୂଲ୍ୟରେ ସେବା କେନ୍ଦ୍ରରେ ଫର୍ମ ପୂରଣ ଓ ପଞ୍ଜିକରଣ କରାଯାଉଛି। ଆବେଦନକାରୀ ନିଜର ଆଧାର ସହ ବ୍ୟାଙ୍କ୍ ଲିଙ୍କେଜ୍ କରିବା ଆବଶ୍ୟକ । ପ୍ରତ୍ୟେକ ବ୍ଲକ ଓ ସହରାଞ୍ଚଳରେ ଆଧାର ସଂଶୋଧନ ନିମନ୍ତେ ସ୍ଵତନ୍ତ୍ର କ୍ୟାମ୍ପର ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ବଣ୍ଡା ଓ ଦିଦାୟୀ ଜନଜାତି ମହିଳାଙ୍କ ନିମନ୍ତେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଲୋକଙ୍କ ମଧ୍ୟରେ ସଚେତନତା ନିମନ୍ତେ ୭ ସେପ୍ଟେମ୍ୱରରେ ସୁଭଦ୍ରା ରଥର ଶୁଭାରମ୍ଭ କରାଯିବ। ଜିଲ୍ଲାରେ ୩ ଲକ୍ଷ ରୁ ଉର୍ଦ୍ଧ୍ବ ଫର୍ମ ବଣ୍ଟନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଆବେଦନ ପରେ ବ୍ଲକ ସ୍ତରୀୟ ଇଂକ୍ବାରି ପରେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ସୁବିଧା ପାଇବେ।

ad-week
Leave A Reply

Your email address will not be published.