ବି ଏନ ଈ ଏମ ପରିସରରେ ଏଲ ଆଇ ସି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all


ହିଞ୍ଜିଳିକାଟୁ ୭/୯ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବୃନ୍ଦାବନ ନାୟକ ଇଁରାଜୀ ମାଧ୍ୟମିକ ବିଦ୍ୟାଳୟରେ ଏଲ ଆଇ ସି ହିଞ୍ଜିଳିକାଟୁ ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟ ର ଅଧ୍ୟକ୍ଷ ନିହାର ରଞ୍ଜନ ପଣ୍ଡା ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଏଲ ଆଇ ସି ଶାଖା ପରିଚାଳକ ଅମରେନ୍ଦ୍ର କହଁର ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭଝ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ କରିବା ପାଇଁ ବିଦ୍ୟାଳୟର ଉପାଧ୍ୟକ୍ଷ ଶିକ୍ଷୟିତ୍ରୀ ଲିଲି ରାଣି ନାୟକ ଓ ଅନ୍ୟ ସହ ଶିକ୍ଷକମାନେ ଓ ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ |ଅତିଥି ବୃନ୍ଦ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣ ଓ ପରିବେଶ ସନ୍ତୁଳନ ଉପରେ ସଂକ୍ଷିପ୍ତରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ |ସଭା ଶେଷରେ ସମସ୍ତେ ବିଦ୍ୟାଳୟର ମୁଖ୍ୟ ଫାଟକରେ ବିଭିନ୍ନ ପ୍ରକାର ଚାରା ରୋପଣ କରିବା ସହିତ ତାକୁ ଯତ୍ନର ସହ ବଢେଇବା ପାଇଁ ଶପଥ ନେଇଥିଲେ।

ad-week
Leave A Reply

Your email address will not be published.