ଦୁଇ ଦିନିଆ ରୁଷ ଗସ୍ତରେ ଯିବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

add-all

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ ଭାରତ ଉଦ୍ୟମ ଜାରି ରଖିଥିବା ଜଣାପଡିଛି। ବର୍ତ୍ତମାନ ଅଜିତ ଡୋଭାଲ ମସ୍କୋ ଯାଉଛନ୍ତି। ଫଳରେ ଏହି ଅନୁମାନ ଏବେ ଦୃଢ଼ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ରୁଷ-ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ ବିଶ୍ୱର ସମସ୍ତ ଦେଶ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଦୃଷ୍ଟି ରଖିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ପ୍ରସଙ୍ଗରେ ସ୍ପଷ୍ଟ କରିଛନ୍ତି ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି। ଠିକ୍ ଏହି ସମୟରେ, ଖବର ଆସୁଛି ଯେ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ରୁଷିଆ-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଆଲୋଚନା କରିବା ଲାଗି ମସ୍କୋ ଯିବେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାନ୍ତି ଦୂତ ଭାବରେ ରୁଷିଆ ଯାଉଛନ୍ତି। ସେ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ଉପରେ ଜୋର୍ ଦେବେ‌। ନିକଟରେ ୟୁକ୍ରେନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଯୁଦ୍ଧ ବନ୍ଦ କରିବା ବିଷୟରେ କହିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟୁକ୍ରେନ ଗସ୍ତ ସମୟରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହା ମଧ୍ୟ କହିଥିଲେ, କେବଳ ଭାରତୀୟ ପ୍ରଧାନମନ୍ତ୍ରୀଙ୍କଠାରୁ ତାଙ୍କର ଏହି ଭରସା ଅଛି ଯେ ସେ ଏହି ଯୁଦ୍ଧକୁ ବନ୍ଦ କରିପାରିବେ। ଅନ୍ୟପକ୍ଷରେ, ନିକଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଧ୍ୟ ସ୍ବୀକାର କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ୟୁକ୍ରେନ ଯୁଦ୍ଧ ଉପରେ ଆଲୋଚନା କରି ଶାନ୍ତି ପ୍ରତିଷ୍ଠା କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶନିବାର କହିଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦର ସମାଧାନ ପାଇଁ ଭାରତ ତତା ଚୀନ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଫ୍ରାନ୍ସ ୨୪ ଖବର ଅନୁଯାୟୀ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବା ପରେ ଏକ ଆଲୋଚନାଚକ୍ରରେ ମେଲୋନି କହିଛନ୍ତି ମୋର ବିଶ୍ୱାସ ଯେ ଏହି ବିବାଦର ସମାଧାନରେ ଚୀନ୍ ଏବଂ ଭାରତର ଭୂମିକା ରହିବା ଉଚିତ୍। ୟୁକ୍ରେନକୁ ଏକାକୀ ଛାଡି ବିବାଦର ସମାଧାନ ହୋଇପାରିବ ନାହିଁ।

ad-week
Leave A Reply

Your email address will not be published.