ଭାରତରେ ମଙ୍କିପକ୍ସ ଆକ୍ରାନ୍ତ, ସନ୍ଦିଗ୍ଧ ଯୁବକଙ୍କ ରିପୋର୍ଟ ପଜିଟିଭ୍‌

add-all

ଭାରତରେ ପ୍ରବେଶ କରିଛି ମକ୍ସିପକ୍ସ ଭୂତାଣୁ। ଜଣେ ଯୁବକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଯୁବକ ଜଣଙ୍କ ମକ୍ସିପକ୍ସ ଚିହ୍ନଟ ହୋଇଥିବା ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ। ସେ ମକ୍ସିପକ୍ସରେ ଆକ୍ରାନ୍ତ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା। ତାଙ୍କୁ ଏକାନ୍ତବାସରେ ରଖାଯିବା ସହ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପିଜିଟିଭ ଆସିଛି।

ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଥିବା ମାରାତ୍ମାକ କ୍ଲେଡ ୧ରେ ଯୁବକ ଜଣଙ୍କ ଆକ୍ରାନ୍ତ ହୋଇନାହାନ୍ତି। ସେ କ୍ଲେଡ ୨ ଜନିତ ମଙ୍କିପକ୍ସ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସନ୍ଦିଗ୍ଧ ଯୁବକ ମଙ୍କିପକ୍ସମଙ୍କିପକ୍ସ ରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଶରୀରରୁ କ୍ଲେଡ ୨ ଭାଇରସ ଠାବ ହୋଇଛି। ୨୦୨୨ ଜୁଲାଇରୁ ଭାରତରେ ଏହି ଭାଇରସ ୩୦ ଜଣଙ୍କ ଶରୀରରେ ମଧ୍ୟ ଠାବ ହୋଇଥିଲା। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସରକାର କହିଛନ୍ତି।

ଅଗଷ୍ଟ ୧୪ରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ଯ ସଂଗଠନ (WHO) ହେଲଥ ଏମର୍ଜେନ୍ସି ଘୋଷଣା କରିଥିଲେ। ପାଖାପାଖି ୧୭ଟି ଦେଶକୁ ମଙ୍କିପକ୍ସ ବିସ୍ତାର କରିସାରିଛି। କିନ୍ତୁ ଜୁଲାଇରେ ନୂଆ ଭାରିଆଣ୍ଟ କ୍ଲେଡ ୧ବି’ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଛି।

ରିପୋର୍ଟ ଅନୁସାରେ, ବୁରୁଣ୍ଡି, କେନିଆ, ରୁୱାଣ୍ଡା ଏବଂ ଉଗାଣ୍ଡାରେ ମଙ୍କିପକ୍ସର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଭାରତରେ ଆକ୍ରାନ୍ତ ଜଣଙ୍କ ଶରୀରରୁ କ୍ଲେଡ ୨ ଷ୍ଟ୍ରେନ ମିଳିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସେ କୌଣସି ପ୍ରକାରର ବହୁବିଧ ରୋଗରେ ମଧ୍ୟ ପୀଡ଼ିତ ନୁହନ୍ତି।

ad-week
Leave A Reply

Your email address will not be published.