ବୀମା ପ୍ରିମିୟମ ଉପରେ ଲାଗୁ ଜିଏସଟି କମିବ

add-all

ନୂଆଦିଲ୍ଲୀ : ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉନସିଲ ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି । ବୀମା ପ୍ରିମୟମ ଉପରେ ଲାଗୁ ୧୮% ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ହାର ହ୍ରାସ କରିବାକୁ ବୈଠକରେ ସହମତି ହୋଇଛି । କେତେ କମିବ ତାହା ପରବର୍ତ୍ତି ବୈଠକରେ ନିଷ୍ପତ୍ତି ନିଆଯିବ ।

ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇଥିବା ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମ ଉପରେ ଜିଏସଟି ହ୍ରାସ କରିବାକୁ ପ୍ରାୟ ସମସ୍ତ ରାଜ୍ୟ ରାଜି ହୋଇଛନ୍ତି । କିନ୍ତୁ କିଛି ରାଜ୍ୟ ୫% ଦାବି କରୁଥିଲେ ତ ଆଉ କିଛି ଏହା ଉପରେ ଶୂନ ଜିଏସଟି ଦାବି କରୁଥିଲେ। ତେଣୁ ଏହି ପ୍ରସଙ୍ଗକୁ ମନ୍ତ୍ରୀଗୋଷ୍ଠୀକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି।

କିଛି ଦିନ ତଳେ କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଜୀବନ ବୀମା ଏବଂ ଚିକିତ୍ସା ବୀମା ପ୍ରିମିୟମ ଉପରେ ଲାଗୁ ୧୮ ପ୍ରତିଶତ ଜିଏସଟି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ସେ କହିଥିଲେ ଯେ ଏହା ଜୀବନର ଅନିଶ୍ଚିତତା ଉପରେ ଟିକସ ଲଗାଇବା ପରି ଏବଂ ଏହା ଏହି କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରଭାବିତ କରିବ ।

ad-week
Leave A Reply

Your email address will not be published.