ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଦ୍ୱାରା ଏକ ମହିଳାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଅଞ୍ଚଳର ସୁକାନ୍ତି ଦାସ ନାମକ ମହିଳା ଛାତି ଓ ମୁଣ୍ଡ ବ୍ୟାଥା ଯୋଗୁଁ ଚିତ୍ରକୋଣ୍ଡା ଚିକିତ୍ସାଳୟକୁ ଯାଇଥିଲେ, ତେବେ ସେଠାରେ ଥିବା ଦୁଇଜଣ ଡାକ୍ତର ତାଙ୍କର ଚିକିତ୍ସା କରିବା ବଦଳରେ ଦୀର୍ଘ ସମୟ ଧରି ଅପେକ୍ଷା ପରେ ମଧ୍ୟ ଆସୁ ନଥିବା ଓ ପରସ୍ପର ମଧ୍ୟରେ କଥା ବାର୍ତ୍ତା ହେଉଥିଲେ । ତେବେ ସେଠାରେ ଥିବା ଡାକ୍ତର ଦିବ୍ୟଶକ୍ତି ପଣ୍ଡା ଓ ସୁନତି ନାୟକ ଆପୋଷ ମଧ୍ୟରେ କଥା ବାର୍ତ୍ତାରେ ବ୍ୟସ୍ତ ଥିବାରୁ ମହିଳା ଓ ଅନ୍ୟରୋଗି ମାନେ ବହୁତ ସମୟ ଅପେକ୍ଷା କଲା ପରେ ସୁକାନ୍ତି ଉକ୍ତ ଡାକ୍ତରଙ୍କୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପାଇଁ କହିଥିଲେ । କିନ୍ତୁ ଡାକ୍ତର ଜଣଙ୍କ ମହିଳା ରୋଗୀଙ୍କୁ ଦୁର୍ବ୍ୟବହର କରିବା ସହ ତୁମେ କଣ ଏତେ ଗୁରୁତ୍ତର ଅଛ, ଏ ଯାଏଁ ମରି ନାହତ, କାହିଁକି ବ୍ୟସ୍ତ ହେଉଛ ବୋଲି କହିବା ସହ ଖରାପ୍ ବ୍ୟବହାର ଦେଖାଇଥିଲେ ଡ଼ାକ୍ତର ପଣ୍ଡା। ଯାହାକୁ ନେଇ ସେଠାରେ ଉତ୍ତ୍ୟକ୍ତ ପରିସ୍ଥିତି ଉପୁଜିଥିବା ବେଳେ ଏହାକୁ ଅନ୍ୟ ରୋଗୀ ଓ ଲୋକେ ମଧ୍ୟ ବିରୋଧ କରିଥିଲେ। ଡାକ୍ତର ଭଗବାନ ର ଦ୍ଵିତୀୟ ରୂପ ହୋଇଥିବା ବେଳେ ଏପରି ଜଣେ ଡାକ୍ତର ମହିଳା ରୋଗୀଙ୍କୁ ଅସଭ୍ୟ ବ୍ୟବହାର ନେଇ ଏହି ଅଂଚଳରେ ଅସନ୍ତୋଷ ଭାବ ଦେଖା ଦେଇଛି। ସ୍ଵାଭିମାନ ଅଞ୍ଚଳର ଚିକିତ୍ସାର ପ୍ରାଣ କେନ୍ଦ୍ର ହେଉଛି ଚିତ୍ରକୋଣ୍ଡା ଉପକ୍ଷଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର, ସେଠାରେ ଯଦି ଡାକ୍ତର ମାନେ ଭଲ ଚିକିତ୍ସା ପରିବର୍ତ୍ତେ ରୋଗୀଙ୍କ ସହ ଖରାପ୍ ବ୍ୟବହାର ଦେଖାନ୍ତି ତେବେ ଚିକିତ୍ସାକୁ ନେଇ ଏହି ମେଡ଼ିକାଲକୁ ରୋଗୀ କେତେ ଭରଷା କରିବେ ଏହା ସବୁଠାରୁ ବଡ ପ୍ରଶ୍ଣ ସୃଷ୍ଠୀ ହୋଇଛି। ଡାକ୍ତର ଶ୍ରୀ ପଣ୍ଡାଙ୍କ ବିରୁଧରେ ଦୃଢ଼ କା୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣ ଦାବୀ କରିଛନ୍ତି, ଅନ୍ୟ ପକ୍ଷରେ ଡାକ୍ତରଙ୍କୁ ଏନେଇ ପଚାରିବାରୁ ସେ ଏପରି କିଛି କରି ନଥିବା କହିଛନ୍ତି।
