ମାଲକାନଗିରିରେ ୩୯ ଟି କେନ୍ଦ୍ରରେ ନବୋଦୟ ପ୍ରବେଶିକା ପରୀକ୍ଷା ସମାପ୍ତ, ୬୦୫୫ ପିଲା ଦେଲେ…

kalipuja

ମାଲକାନଗିରି, ୨୮/୧୧/୨୦୨୬: ଆଜି ମାଲକାନଗିରି ଜିଲ୍ଲାରେ ଜବାହର ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାର ଦୁଇଟି ଜବାହର ନବୋଦୟ ବିଦ୍ୟାଳୟ ପାଇଁ ମୋଟ ୩୯ ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ସେଥି ମଧ୍ୟରୁ ଜେଏନ୍‌ଭି-୧ ପାଇଁ ୨୨ ଟି ଏବଂ ଜେଏନ୍‌ଭି-୨ ପାଇଁ ୧୭ ଟି କେନ୍ଦ୍ର ରହିଥିଲା।

ସମ୍ପୂର୍ଣ୍ଣ ଜିଲ୍ଲାରେ ମୋଟ ୭୩୮୩ ଜଣ ପିଲା ପରୀକ୍ଷା ଦେବାକୁ ଥିବା ବେଳେ ୬୦୫୫ ଜଣ ପିଲା ପରୀକ୍ଷା ଦେଇଛନ୍ତି ଏବଂ ୧୩୨୮ ଜଣ ଅନୁପସ୍ଥିତ ରହିଥିଲେ।

ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ଯଥା ମାଲକାନଗିରି, କାଲିମେଳା, କୋରୁକୋଣ୍ଡା, ମାଥିଲି, ଖଇରପୁଟ, କେ ଗୁମା ଓ ପୋଡିଆରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସକାଳୁ ପରୀକ୍ଷା କେନ୍ଦ୍ରମାନଙ୍କରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ପରୀକ୍ଷାକୁ ସୁରୁଖୁରୁରେ କରାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ କେନ୍ଦ୍ର ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ। କୌଣସି କେନ୍ଦ୍ରରେ ଅନିୟମିତତା ହୋଇ ନଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.