ଛତ୍ରପୁର : ପବିତ୍ର ନୂଆ ଖାଇ ଭେଟ୍ ଘାଟ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତ୍ରପୁର ର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ବେଶ୍ ଧୁମ୍ ଧାମରେ ମନାଇଛନ୍ତି । ଅନୁଷ୍ଠାନରେ ଅଧ୍ୟୟନ ନିମନ୍ତେ ଚଳିତ ବର୍ଷ ପ୍ରବେଶ କରିଥିବା ଯୁକ୍ତଦୁଇ ଶ୍ରେଣୀର ନୂତନ ଛାତ୍ରଛାତ୍ରୀ ଙ୍କୁ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ଛତ୍ରପୁର ଏନ୍.ଏ.ସି. କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ସାଂସ୍କୃତିକ ଭରା କାର୍ଯ୍ୟକ୍ରମ ମଧ୍ୟରେ ଆୟୋଜିତ ଏହି ଆନୁଷ୍ଠାନିକ ସଭାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କୃତ୍ତି ପ୍ରତିଭାଶାଳୀ ବିଦ୍ୟାର୍ଥୀ ଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ ପ୍ରତିଭା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନୃତ୍ୟ ସଙ୍ଗୀତ ପରିବେଷଣ କରି ଦର୍ଶକ ମହଲରେ ପ୍ରସସଂଶିତ ହେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପୂର୍ବତନ ଛାତ୍ର ତଥା ପୁରୀ ସଦର ମହକୁମାରେ ତହସିଲଦାର ଭାବେ ଅବସ୍ଥାପିତ ହିମାଂଶୁ ଭୂଷଣ ପଲେଇ ଙ୍କୁ ମଞ୍ଚରେ ସମ୍ୱର୍ଦ୍ଧିତ କରାଯାଇଥିଲା । ଶ୍ରୀ ପଲେଇ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାର୍ଥୀ ଙ୍କୁ ଅନେକ ଦିଗଦର୍ଶନ ଦେଇ ଛାତ୍ର ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ଅନୁଷ୍ଠାନ ର ଉଦ୍ୟକ୍ରା ତଥା ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ ଅନୁଷ୍ଠାନ ର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସ୍ୱେଚ୍ଛାସେବୀ ଅରୁଣ କୁମାର ଶତପଥୀ ଧନ୍ୟବାଦ୍ ଜଣାଇଥିଲେ ।
ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ୨୦୧୦ ମସିହାରେ ପ୍ରତିଷ୍ଠିତ ପ୍ରତିଭା ଆବାସିକ ମହାବିଦ୍ୟାଳୟ ଏବେ ଉନ୍ନୀତ ଓ ମାର୍ଜିତ ସ୍ତରରେ ପହଞ୍ଚିଥିବା ବେଳେ ଏହି ଅନୁଷ୍ଠାନର ଛାତ୍ର ଛାତ୍ରୀମାନେ ରାଜ୍ୟ ଓ ରାଜ୍ୟ ବାହାରେ ଏବଂ ଆନ୍ତର୍ଜାତୀୟସ୍ତରରେ ନିୟୋଜିତ ହୋଇ ଛତ୍ରପୁର ସହରର ଗୌରବ ହାସଲ କରିଆସିଥିବା ନେଇ ଏହି ଅନୁଷ୍ଠାନ ଅନେକ ପ୍ରସଂଶନୀୟ ବାର୍ତ୍ତା ବହନ କରିଆସିଛି ।
