ଲଗାଣ ବର୍ଷାରେ ବେହାଲ ବଣ୍ଡା ଘାଟିର ୨ପଞ୍ଚାୟତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି,ଏହିବଣ୍ଡାଘାଟିର ୨ ଟି ପଞ୍ଚାୟତ ମୁଡୁଲିପଡ଼ା ଓ ଅଣ୍ଡିରାହୋଲ ଗତ କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ମୁଡ଼ୁଲିପଡ଼ା କୁ ଯୋଗା ଯୋଗ କରୁଥିବା ମୁଖ୍ୟ ରାସ୍ତା ଖଇରପୁଟ ଠାରୁ ୩ରୁ୪ କିଲୋମିଟର ଦୂରରେ ଥିବା ମାଙ୍କଡଝୋଲା ପାହାଡ଼ ରୁ ବର୍ଷାପାଣି ସହ ମାଟି ଅତଡ଼ା ଖସିବା ସହ ବଡ଼ ବଡ଼ ପଥର ଖଣ୍ଡ ସବୁଖସି ମୂଖ୍ୟ ରାସ୍ତା ଅବରୋଧ କରିବା ଫଳରେ ଗାଡ଼ି ଚଳା ଚଳ ବ୍ୟାହତ ହେବା ସହ ଗମନା ଗମନ ପାଇଁ ବାଧା ସୃଷ୍ଟି ହୋଇ ଥିଲା କିନ୍ତୁ ଏହା ଜାଣିବା ପରେ ସ୍ଥାନୀୟ ବିଡ଼ିଓ, ତହସିଲଦାରଙ୍କ ଦ୍ବାରା ତୁରନ୍ତ ପଦକ୍ଷେପ ନିଆଯାଇଥିଲା ଖଇରପୁଟ ଥାନା ଅଧିକାରୀ ଓ ତାଙ୍କ ଷ୍ଟାପ ମିଶି ଲୋକଙ୍କ ସହାୟତାରେ ପଥର କୁ ହଟା ଯାଇଥିଲା।ଯାହା ଫଳରେ ଗମନା ଗମନ ପାଇଁ ସୁବିଧା ହୋଇଥିଲା। ଅଣ୍ଡିରାହୋଲ ଗାଁ ଭିତର ରାସ୍ତାରେ ପାହାଡ ପାଣି ପଶି ଏକ କୂତ୍ରିମ ନାଳ ସୃଷ୍ଟି ହେଇଥିବାର ଦେଖିବାର ମିଳିଛି । ଗାଁ ରେ କିଛି ଲୋକଙ୍କ ଘର ଭିତରେ ବର୍ଷା ପାଣି ପଶିବା ଦ୍ଵାରା ବହୁତ ଜିନିଷ ପତ୍ର ନଷ୍ଟ ହେବା ସହ କିଛି ଲୋକଙ୍କ ଘର କାନ୍ଥ ପଡ଼ି ନଷ୍ଟ ହୋଇଯାଇଛି । ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ଦେଖିବା କୁ ମିଳିଛି।ଆଗକୁ ଏପରି ବର୍ଷା ଲାଗିରହିଥିବା ସମ୍ଭାବନା ଥିବା ଯୋଗୁଁ ଲୋକଙ୍କ ଭିତରେ ଏକ ଭୟ ସୃଷ୍ଟି କରିଛି। ଲାଗି ରହିଥିବା ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ କିଛି ସ୍ଥାନ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛ। ମାଲକାନଗିରି ଜିଲ୍ଲାର ମୋଟୁ ,ପୋଟେରୁ,ପାଙ୍ଗମ୍ ଅଞ୍ଚଳରେ ବଡ ବଡ ପୋଲ ସବୁ ବୁଡି ରହିଥିବାର ଦେଖିବାକୁ ମିଳିଛି ସେହିଭଳି ଚିତ୍ରକୋଣ୍ଡା ଅଞ୍ଚଳକୁ ମଧ୍ୟ ଯାତାୟାତ ର ବାଧା ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.