ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ସ୍ଵାଗତ ସମାରୋହ

add-all

ବାଲିଗୁଡା, ୧୦/୦୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ ସମାରୋହ ଉତ୍ସବ ଆୟୋଜିତ ହୋଇଯାଇଛି। ଉକ୍ତ ସମାବେଶରେ ମୁଖ୍ୟ ଅତିଥି ଭାବେ ରାମନାଗୁଡା ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ କୈଳାସ ମଳିକ, ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ବିଭାଗୀୟ ମୁଖ୍ୟ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ଅଧ୍ୟାପିକା ସ୍ନେହଲତା ମାଝୀ, ଅଧ୍ୟାପିକା ସୁଲୋଚନା କହଁର, ଅଧ୍ୟାପକ ରୂପେଶକୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଛାତ୍ର ଜୀବନର ମହତ୍ତ୍ଵ ବଖାଣି ଥିଲେ । ଛାତ୍ରୀ ମାମାଲି ପାତ୍ର ସଂଯୋଜନା କରିଥିଲେ l ଯାଜ୍ଞସେନୀ, ତପସ୍ଵିନୀ, ଆଲୋକ, ବିଜ୍ଞାନୀ, ପୁଷ୍ପାଞ୍ଜଳି, ବଳରାମ, ଆୟିଶା,ଅର୍ଚ୍ଚନା, ସୁପ୍ରଭା, ଜ୍ୟୋତି, ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ ସଙ୍ଗୀତ ଗାନ କରିବା ସହନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.