ଘୋଡାହାଡ ନଦୀରେ ୧୦ ଫୁଟ ଉଚ୍ଚତାରେ ପାଣି

add-all

ଜୟମଙ୍ଗଳ କେନାଳ ଲୁହା ଗେଟ୍ ଭାଙ୍ଗିଲା, ନଦୀକୂଳ ଅଞ୍ଚଳବାସୀ ଆତଙ୍କିତ
ହିଞ୍ଜିଳିକାଟୁ : ରବିବାର ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରବିବାର ଓ ସୋମବାର ୨ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ହୋଇଛି । ଗତ ୩ ଦିନରେ ୧୩୨ ମିମି ଵର୍ଷା ହୋଇଥିବା ରେକର୍ଡ କରାଯାଇଛି। ପ୍ରବଳ ବୃଷ୍ଟିପାତ ଫଳରେ ହିଞ୍ଜିଳିକାଟୁ ଦେଇ ପ୍ରବାହିତ ଘୋଡାହାଡ ନଦୀରେ ବନ୍ୟାଜଳ କିଛିମାତ୍ରାରେ ବିପଦ ସଙ୍କେତ ସ୍ତର ଛୁଇଁଥିବା ଜଣାପଡିଛି। ଘୋଡାହାଡ ନଦୀର ଜଳସ୍ତର ୧୦ ଫୁଟ ଉଚ୍ଚତାରେ ପ୍ରବାହିତ ହେଉଥିବା ବେଳେ ଜୟମଙ୍ଗଳ କେନାଳର ୩ନ° ଲୁହା ଗେଟ୍ ଭାଙ୍ଗି ଯାଇଛି। ଫଳରେ ନିକଟସ୍ଥ ଅଞ୍ଚଳର ଚାଷଜମିକୁ ପାଣି ମାଡି ଆସିଥିଲା। କେନାଳ ଲୁହା ଗେଟ୍ ଭାଙ୍ଗି ଯିବା ପରେ ନଦୀକୂଳ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ତେବେ ଆତଙ୍କିତ ନହେବାକୁ ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀ ପୁର୍ଣ୍ଣ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି ପୂର୍ବରୁ ପ୍ରବଳ ବୃଷ୍ଟିପାତ ଫଳରେ ଘୋଡାହାଡ ନଦୀରେ ବନ୍ୟାଜଳ ଆସିବାରୁ ଜୟମଙ୍ଗଳ କେନାଳର ଗୋଟିଏ ଗେଟ୍ ଭାଙ୍ଗି ଯାଇଥିଲା। ତୁରନ୍ତ ମରାମତି କରାଯାଇଥିଲା। ପୁର୍ନବାର ବନ୍ୟାଜଳ ଆସିବାରୁ କେନାଳ ଲୁହା ଗେଟ୍ ଭାଙ୍ଗି ଯାଇଛି। ସେହି ଭଙ୍ଗା ଗେଟ୍ ବାହାର କରାଯାଇ ସେହି ସ୍ଥାନରେ ତୁରନ୍ତ ନୂତନ ଲୁହା ଗେଟ୍ ଲଗାଯିବାର ବ୍ୟବସ୍ଥା କରାଯିବ ।

ad-week
Leave A Reply

Your email address will not be published.