ଏଥର କିଏ ଯିବେ ରାଜ୍ୟସଭା: ମନମୋହନ ଦିଲ୍ଲୀ ଗଲେ

add-all

ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ନେତା ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବି‌ଜେପିରେ ସାମିଲ୍‌ ହୋଇଛନ୍ତି। ସୁଜିତ ପୁଣିଥରେ ରାଜ୍ୟସଭା ଯିବେ ନା ତାଙ୍କ ବଦଳରେ ରାଜ୍ୟ ବିଜେପିର ଅନ୍ୟ କିଏ ରାଜ୍ୟସଭା ଯିବେ ସେନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏନେଇ ବୁଧବାର ଦିଲ୍ଲୀ ଯାତ୍ରା କରିଛନ୍ତି। କିଏ ରାଜ୍ୟସଭା ଯିବେ ସେ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।
ପ୍ରଥମେ ମୟୁରଭଞ୍ଜର ମମତା ମହନ୍ତ ରାଜ୍ୟସଭା ସହିତ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ବିଜେପି ପୁଣିଥରେ ରାଜ୍ୟସଭାକୁ ପଠାଇଛି। ଏହାର କିଛି ଦିନ ପରେ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ସହିତ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ।
ମମତାଙ୍କ ଭଳି ସୁଜିତଙ୍କୁ ବିଜେପି ରାଜ୍ୟସଭାକୁ ପଠାଇବ ନା ତାଙ୍କ ସ୍ଥାନରେ ଅନ୍ୟ କାହାକୁ ପଠାଯିବ ସେ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ad-week
Leave A Reply

Your email address will not be published.