ବଟି ମାଗିବା ଅଡ଼ିଓ ଭାଇରଲ ହେଲା ପରେ ବି ସୁଧରୀ ନାହାନ୍ତି ବିଧାୟକ…!

add-all

ନିଆଁରେ ଘିଅ ଢ଼ାଳିଲେ ପୁଣି ବିଧାୟକ…..!


ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକଙ୍କ ଅଡିଓ ଭାଇରଲ ହେବା ପରେ ସେ ନିଜେ ହରଡ଼ଘଣା ରେ ପଡ଼ିଥିବା ଚର୍ଚ୍ଚା ହେବା ବନ୍ଦ ହୋଇନାହିଁ। ହେଲେ ତାଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବା ପାଇଁ ଦାବୀ ହେବା ଥମି ନାହିଁ। ସେ ବର୍ତ୍ତମାନ ଶହେ ସରପଞ୍ଚ ଦୁର୍ନୀତି କରିଥିବା ଅଭିଯୋଗ କରିବା ଓ ସେମାନେ ନାମରେ ତଦନ୍ତ ହେବେ ବୋଲି କହିବା ହାସ୍ୟାସ୍ପଦ କଥା ବୋଲି ଚର୍ଚ୍ଚା ହେଲାଣି। ନିଜେ ବିଧାୟକ ମହାଶୟ ଗଣମାଧ୍ୟମ ଆଗରେ ନବୀନ ପଟନାୟକଙ୍କ ସମୟରେ ସରପଞ୍ଚ ମାନଙ୍କ ଜରିଆରେ ଦୁର୍ନୀତି ହୋଇଥିବା କଥା କହିଛନ୍ତି। ନିଜେ ସେ ବାଲି ମାଫିଆ ମାନଙ୍କୁ ମାସିଆରି ବଟି ମାଗିବା ଅଡିଓ ଭାଇରଲ ହୋଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି କାର୍ଯ୍ୟାନୁ ଷ୍ଠାନ ଆଜି ସୁଧା ହୋଇନାହିଁ। ଏବେ ବିଧାୟକ ମହାଶୟ କହୁଛନ୍ତି, ଶହେ ସରପଞ୍ଚ ଗିରଫ ହେବେ ବୋଲି। ସରପଞ୍ଚ ମାନେ ଗିରଫ ହେବେ ବୋଲି ବିଧାୟକ କହିବା ପରେ ଚାରି ଆଡ଼େ ଚର୍ଚ୍ଚା ହେଉଛି। “ସାଉ ଚୁହେଁ ଖା କେ ବିଲି ଗାଇ ହଜ କୁ” ବୋଲି ଚା ଖଟିରେ ଚର୍ଚ୍ଚା ହେଲାଣି। ଏବେ ସରପଞ୍ଚ ମାନେ ବିଧାୟକ ଙ୍କ ବିରୋଧ ରେ ଏକ ବଡ଼ ଧରଣର ସ୍ୱର ଉତ୍ତୋଳନ କରିବାକୁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.