ଲଗାଣ ବର୍ଷା ପ୍ରଭାବରେ ଭୁଶୁଡ଼ିଲା ଘର

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ହୋଇ ବିଭିନ୍ନ ଅଂଚଳ କ୍ଷୟ କ୍ଷତି ହେବା ସହ ମାଲକାନଗିରିର ଚାଲାଣଗୁଡା ପଞ୍ଚୟତ ଅନ୍ତର୍ଗତ ଡଙ୍ଗୁସଖାଲ ଗ୍ରାମରେ ଲଗାଣ ବର୍ଷା ପ୍ରଭାବରେ ଗାଙ୍ଗି କାର୍ତ୍ତାମୀ(70)ବର୍ଷ ଙ୍କ ମାଟି ଘରର କାନ୍ଥ ବୁଧବାର ଦିନ ସକାଳ 8ଟା ସମୟରେ ଭୁଶୁଡି ପଡ଼ିଥିବା ସହ ଘରର ସମସ୍ତ ଜିନିଷ ପତ୍ର ଖାଦ୍ୟ, ତେଲ, ଅନ୍ୟାନ୍ୟ ସାମଗ୍ରୀ ଘର କାନ୍ଥ ପଡିଯିବାରୁ କ୍ଷତି ଗ୍ରସ୍ତ ହୋଇଛି l ଦୁଇ ବଖରା ମାଟି ଘରର କାନ୍ଥ ଭାଙ୍ଗିବା ପରେ ବୃଦ୍ଧ ଗାଙ୍ଗି କାର୍ତ୍ତାମୀ, ତାଙ୍କର ପରିବାର ଏକ ପ୍ରକାର ବେଘର ହୋଇ ପଡିଛନ୍ତି l ଘର କାନ୍ଥ ଭାଙ୍ଗିବା ପରେ ବର୍ଷା ଦିନ ଯୋଗୁଁ ବିଷାକ୍ତ ଯିବଯନ୍ତୁ ଏବଂ ଅର୍ଦ୍ଧ ଭଗ୍ନ ଘରେ ରାତିରେ ରହିବା ପାଇଁ ଭୟ କରୁଛନ୍ତି ପରିବାର ଲୋକେ l ସେହିପରି ସେହି ଗ୍ରାମର ଇର୍ମା ଖୁରାମିଙ୍କ ଗାଇ ଗୁହାଳ ମଧ୍ୟ ଭୁଶୁଡି ପଡି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି l ବର୍ତମାନ କ୍ଷତି ଗ୍ରସ୍ତ ପରିବାର ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ଗୁହାରି କରିଛନ୍ତି l

ad-week
Leave A Reply

Your email address will not be published.