ଆସିକା ବିଧାୟକ ଙ୍କ ବୟାନ ବାଜୀ ପରେ ମେଳି ବାନ୍ଧିଲେ ସରପଞ୍ଚ : ବିଧାୟକ ଙ୍କ ଅଡୁଆ ବଢିଲା…

add-all


ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଗତ କିଛି ଦିନ ହେଲା ଚର୍ଚ୍ଚା ରେ ରହିଆସିଛି। ଆସିକା ବିଧାୟକ ବାଲି ବ୍ୟବସାୟୀ ଙ୍କୁ ମାସି ଆରି ବଟି ମାଗିବା ବାର୍ତ୍ତାଳପ ର ଅଡିଓ ଭାଇରଲ ହେବା ପରେ ଚର୍ଚ୍ଚାକୁ ଆସିଥିଲେ। ଏହି ଅଡିଓ ଭାଇରଲ କୁ ନେଇ ତୁମ୍ବି ତୋଫାନ ହୋଇଥିଲା। ବର୍ତ୍ତମାନ ଉକ୍ତ ଘଟଣା ର ତଦନ୍ତ ଭାର ଏବେ ବ୍ରହ୍ମପୁର ଭିଜିଲାନ୍ସ ଏସପି ଙ୍କ ପାଖରେ। ପୁଣି ଏବେ ବିଧାୟକ ମହାଶୟ ସରପଞ୍ଚ ମାନଙ୍କ ବିରୋଧରେ କହି ହରଡ଼ ଘଣାରେ ପଡ଼ିଥିବା ଚର୍ଚ୍ଚା ହେଉଛି। ବିଧାୟକ କୁଆଡ଼େ କହୁ କହୁ କହିଦେଲେ ମୋ ବିଧାନସଭା ନିର୍ବାଚନ ମଣ୍ଡଳୀ ର ସରପଞ୍ଚ ମାନେ ଦୁର୍ନୀତି ରେ ସମ୍ପୃକ୍ତ ଅଛନ୍ତି। ଯଦି ତଦନ୍ତ ହେଲେ ସମସ୍ତେ ଗିରଫ ହେବେ ବୋଲି। ଆଜି ଆସିକା କାଳଷଣ୍ଢ ପୁର ଠାରେ ବହୁ ସରପଞ୍ଚ ମାନେ ମେଳି ବାନ୍ଧି ବିଧାୟକ ଙ୍କ ବିରୋଧ ରେ ବର୍ଷିଛନ୍ତି।ବିଧାୟକ ମହାଶୟ ବାଲି ବ୍ୟବସାୟୀ ମାନଙ୍କୁ ସିଧା ମୋବାଇଲ ବଟି ମାଗି ଅପଦସ୍ତ ହେବା ପରେ ଏବେ ସରପଞ୍ଚ ମାନଙ୍କୁ ଆକ୍ଷେପ କରି ହରଡ଼ ଘଣାରେ ପଡ଼ିଥିବା ମଧ୍ୟ ଅଭିଯୋଗ କରିଛନ୍ତି।ଆସନ୍ତା ବୁଧବାର ଦିନ ସରପଞ୍ଚ ମାନେ ଆସିକା ବିଜୁପଟ୍ଟନାୟକ ଛକ ରୁ ବିଶାଳ ଶୋଭାଯାତ୍ରା ରେ ଯାଇ ବିଧାୟକଙ୍କ ବିରୋଧ ରେ ସ୍ମାରକ ପତ୍ର ପ୍ରଦାନ କରିବେ ବୋଲି ସୂତ୍ରରୁ ଜଣାପଡିଛି।

ad-week
Leave A Reply

Your email address will not be published.