ଆସିକା ବିଧାୟକ ଙ୍କ ବଢିଲା ଅଡୁଆ :ତଦନ୍ତ ଦାୟିତ୍ୱ ଏବେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ…

add-all

ବାଲୁଘାଟ ଗୁତା ଧାରିଙ୍କୁ ବଟି ମାଗିବା ଏବେ ରୋଚକ ମୋଡ଼ ରେ..


ଭୁବନେଶ୍ୱର:୧୨-୯ ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ଙ୍କ ଅଡିଓ ଭାଇରଲ ର ତଦନ୍ତ ଭାର ଏବେ ବ୍ରହ୍ମପୁର ଭିଜିଲାନ୍ସ ଏସ.ପି ଙ୍କ ହାତକୁ ଆସିଛି। ଗତ କିଛି ଦିନ ପୂର୍ବେ ଆସିକା ବିଧାୟକ ଦୁଇ ଜଣ ବାଲି ବ୍ୟବସାୟୀ ମାନଙ୍କୁ ମାସିକିଆ ବଟି ଦେବାକୁ ଦାବୀ କରିଥିବା ଦୁଇଟି ବାର୍ତ୍ତାଳପ ର ଅଡିଓ ଭାଇରଲ ହୋଇଥିଲା।ଏହାକୁ ନେଇ ଗଞ୍ଜାମ ଜିଲ୍ଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏହି ବାର୍ତ୍ତାଳପ କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।ସୂଚନା ଅଧିକାରୀ କର୍ମୀ ତଥା ଆଇନଜୀବି ଜୟନ୍ତ କୁମାର ଦାସ ରାଜ୍ୟ ଭିଜିଲାନ୍ସ ବିଭାଗ ର ନିର୍ଦ୍ଧେଶ ଙ୍କୁ ଏହି ଅଡିଓ ର ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ଭିଜିଲାନ୍ସ ନିର୍ଦ୍ଧେଶ ଙ୍କ ପତ୍ର ସଂଖ୍ୟା ୧୬୩୦୧/ ୧୦. ୯. ୨୦୨୪ ରେ ତାରିଖ ରେ ବ୍ରହ୍ମପୁର ଭିଜିଲାନ୍ସ ଏସ.ପି ଙ୍କୁ ଭାଇରଲ ଅଡିଓ ର ତଦନ୍ତ ଭାର ଦେଇଛନ୍ତି। ଏବେ ବ୍ରହ୍ମପୁର ଭିଜିଲାନ୍ସ ଏସପି ଙ୍କ ହାତରେ ଭାଇରଲ ଅଡିଓ ର ତଦନ୍ତ ଦାୟିତ୍ୱ ମିଳିବା ପରେ ବିଧାୟକ ଙ୍କ ଅଡୁଆ ବଢ଼ିଯିବ ବୋଲି ଚର୍ଚ୍ଚା ହେଲାଣି। ବିଜେଡ଼ି ପକ୍ଷରୁ ପୂର୍ବରୁ ଉକ୍ତ ଅଡିଓ ର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରେରଣ କରାଯାଇଛି। ଏପଟେ ବିଧାୟକ ମଧ୍ୟ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲି ଙ୍କ ବକେୟା ଟଙ୍କା ଆଦାୟ କରିବାକୁ କୁଆଡ଼େ ଟଙ୍କା ମାଗିଥିବା ସଫେଇ ଦେଇଛନ୍ତି। ଆଉ ଜଣେ ବାଲି ବ୍ୟବସାୟୀ ମଧ୍ୟ ମୋର ଭାଇନାର ଥଟ୍ଟାରେ କଥା ହେଉଥିଲୁ ବୋଲି ସଫେଇ ଦେଇଥିଲେ। ହେଲେ ବକେୟା ଆଦାୟ ଓ ଥଟ୍ଟା କଥା ଯଦି ସତ୍ୟ ତାହା ହେଲେ ବାର୍ତ୍ତାଳାପ ର ଅଡିଓ କାହିଁକି ଭାଇରଲ କରାହେଲା ତାହା ତଦନ୍ତ ସାପେକ୍ଷ। ଏବେ ବ୍ରହ୍ମପୁର ଭିଜିଲାନ୍ସ ଏସପି କି ପଦକ୍ଷେପ ନେଉଛନ୍ତି। ତାହା ରାଜ୍ୟର ଅନେକ ନେତା ଚାହିଁ ବସିଥିବା ଚର୍ଚ୍ଚା ହେଲାଣି। ଏହି ଦଦନ୍ତ ଯଦି ଠିକ ଭାବେ କରାଯିବ ତାହା ହେଲେ ଯେଉଁ ଦୁଇ ଜଣ ବାଲି ବ୍ୟବସାୟୀ ସତ୍ୟ କଥା କହିଛନ୍ତି। ନାଁ ଚାପରେ ପଡ଼ି ଏଭଳି ବୟାନବାଜୀ କରିଛନ୍ତି, ତାହା ଉଭୟ ଙ୍କୁ ଜେରା କରିଲେ ନେତା ମାନଙ୍କ ଅସଲ ମୁଖା ଖୋଲିବ ବୋଲି ଚର୍ଚ୍ଚା ଜୋର ଧରିଛି।

ad-week
Leave A Reply

Your email address will not be published.