ବାଇକ ଓ ସାଇକଲ ମୁହାଁମୁହିଁ ଧକ୍କା, ତିନି ଜଣ ଆହତ

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ଇଣ୍ଡିଆନ ଗେଷ ଅଫିସ ସମ୍ମୁଖରେ ଗୋଟିଏ ବାଇକ ଓ ସାଇକଲ ମୁହାଁମୁହିଁ ଧକ୍କା ହେଇଥିବାରୁ ତିନି ଜଣ ରାସ୍ତା ଉପରେ ଛିଟିକି ପଡ଼ି ଆହତ ହୋଇଛନ୍ତି | ବାଇକ ଚାଳକ ଭବାନୀ ବାରିକ ୨୫ ବର୍ଷ ଓ ଅଜୟ କୁମାର ସାହୁ ( ପୁକ୍ଲୁ ) ୨୪ ବର୍ଷ ବୀରମିତ୍ରପୁର ପଟୁ ନିଜ ଘର ରାଏବଗା କୁ ଆସୁଥିବା ବେଳେ ବିପରୀତ ପାର୍ଶ୍ବରୁ ସାଇକଲ ଚାଳକ ଜୋସେଫ ଡୁଙ୍ଗଡୁଙ୍ଗ ୬୨ ବର୍ଷ ରାଏବଗା ରୁ ନିଜ ଘର ଗଟିଟାଙ୍ଗର ଯାଉଥିବା ବେଳେ ଗାଡ଼ିର ଲାଇଟ ଆଖିରେ ପଡ଼ିଥିବାରୁ ଜୋସେଫ ନିଜର ଭାରସାମ୍ୟ ହରାଇ ଥିଲା | ଯାହାଫଳରେ ସାଇକଲ ଚାଳକ ରାସ୍ତା ଉପରେ ଛିଟିକି ପଡ଼ି ଆହତ ହୋଇଥିଲେ | ଏହି ଦୁର୍ଘଟଣାଟି ଅଧାପନ୍ତରିଆ ରାସ୍ତା ନିର୍ମାଣ ହେଇଥିବାରୁ ଘଟିଥିବା ଜଣା ପଡ଼ିଛି | ସ୍ଥାନୀୟ ସମାଜ ସେବୀ ଏମ ଡି ସାହିଦ୍ ହାସ୍ମୀ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଡକାଇ ଜୋସେଫ କୁ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ | ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଘରକୁ ପଠାଇଥିବା ଜଣାପଡ଼ିଛି |

ad-week
Leave A Reply

Your email address will not be published.