‘ରାହୁଲ ଗାନ୍ଧି ମୁସଲିମ ନା ଖ୍ରୀଷ୍ଟିଆନ?’

add-all

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ବାସଭବନରେ ସେ ଏକ ବାଛୁରୀ ସହ ଖେଳୁଥିବା ଦେଖିବାକୁ ମିଳୁଛି।
ଏହି ବାଛୁରୀ ସହ ଭିଡିଓ ଶେଆର କରି ‘ଦୀପଜ୍ୟୋତି’କୁ ସ୍ୱାଗତ ବୋଲି କ୍ୟାପ୍ସନ ଲେଖିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଭିଡିଓ କ୍ୟାପ୍ସନରେ ଆହୁରି ଲେଖିଛନ୍ତି ଯେ, ଆମ ଶାସ୍ତ୍ରରେ କୁହାଯାଇଛି- ‘ଗାଈ: ସର୍ବସୁଖ ପ୍ରଦାଃ।
ଏଥିସହ ପ୍ରଧାନମନ୍ତ୍ରୀ ବାଛୁରୀର ନାମ ଦୀପଜ୍ୟୋତି ରଖିବାର କାରଣ ଦର୍ଶାଇଛନ୍ତି। ବାଛୁରୀର ମସ୍ତକରେ ଏକ ଜ୍ୟୋତି ଚିହ୍ନ ଥିବାରୁ ତା ନାମ ଦୀପଜ୍ୟୋତି ରଖା ଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ବାଛୁରୀ ସହ ଖେଳୁଥିବା ଏବଂ ତା କପାଳରେ ଚୁମ୍ବନ ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରେ ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବାସଭବନରେ ଏକ ଗାଈକୁ ଖାଇବାକୁ ଦେଉଥିବା ସମୟର ଭିଡିଓ ଶେଆର କରିଥିଲେ।

ad-week
Leave A Reply

Your email address will not be published.