ଦଳିତ ପିଲାକୁ ଉଲଗ୍ନ କଲେ, ସର୍ବସମ୍ମୁଖରେ ବଳପୂର୍ବକ ନଚାଇଲେ

add-all

ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। କିଛି ଲୋକ ମିଳିତ ଭାବେ ରାଜସ୍ଥାନର କୋଟାରେ ଘଟାଇଛନ୍ତି ଅଭାବନୀୟ କାଣ୍ଡ। ସେମାନେ ଜଣେ ୧୨ ବର୍ଷୀୟ ଦଳିତ ପିଲାକୁ ସଂପୂର୍ଣ୍ଣ ଉଲଗ୍ନ କରିଛନ୍ତି। ଏହାପରେ ତାଙ୍କୁ ସର୍ବସମ୍ମୁଖରେ ନଚାଇବା ସହ ପୂରା ଘଟଣାର ଦୃଶ୍ୟକୁ ରେକର୍ଡ କରିଛନ୍ତି। ପୁଲିସ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି।
ପିଲାଟିର ଦୋଷ ହେଲେ, ସେ ଗୋଟିଏ କାର୍ଯ୍ୟକ୍ରମରୁ କିଛି ତା’ର ଚୋରି କରିଥିଲା। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମୁଳଛି ଯେ ପିଲାଟି ନାଚ କରୁଥିବା ବେଳେ ୪ରୁ ୫ ଜଣ ଲୋକ ତା’କୁ ଘେରି ବସିଛନ୍ତି।
ସେହିପରି ପିଲାଟିକୁ ସେମାନେ ହସି ହସି ଡ୍ୟାନ୍ସ କରିବାକୁ ବାଧ୍ୟ କରୁଥିବା ମଧ୍ୟ ଦେଖାଯାଉଛି। ପୁଲିସ୍‌ ଭିଡିଓକୁ ଠାବ କରିବା ସହ ପୀଡ଼ିତଙ୍କୁ ଖୋଜି ବାହାର କରିଥିଲା। ଏହାପରେ ତାଙ୍କ ପରିବାର ଲୋକଙ୍କୁ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରିବାକୁ କହିଥିଲା।
ପୀଡ଼ିତଙ୍କ ବାପା ଏନେଇ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପୁଅ ଜିଏଡି ସର୍କଲରେ ପଡ଼ିଥିବା ମେଳାରେ କମେଡି ଶୋ’ ଦେଖିବାକୁ ଯାଇଥିଲା। ରାତି ପ୍ରାୟ ୧ଟା ୪ଟା ମଧ୍ୟରେ ପିଲାଟି ଉକ୍ତ କାର୍ଯ୍ୟକ୍ରମରୁ ତାର ଚୋରି କରିଥିବା କିଛି ଲୋକ ଅଭିଯୋଗ କରିଥିଲେ।
ଏହାପରେ ତା’କୁ ମାଡ଼ ମରାଯିବା ସହ ତା’ ପୋଷାକ ଖୋଲି ଦିଆଯାଇଥିଲା। ଏଥିସହ ତା’କୁ ବଳପୂର୍ବକ ଡ୍ୟାନ୍ସ କରିବାକୁ ବାଧ୍ୟ କରାଯାଇଥିଲେ। ଏହି ଅଭିଯୋଗ ପାଇବା ପରେ ପୁଲିସ୍‌ ଭାରତୀୟ ନ୍ୟାୟ ସଂହିତା, ଏସ୍‌ସସି/ଏସଟି ଆଇନ ଓ ପୋକ୍‌ସୋ ଆଇନର ବିଭିନ୍ନ ଧାରାରେ ମାମଲା କରିଛି। ମାମଲା ରୁଜୁ କରିବା ପରେ ୬ ଜଣଙ୍କୁ ଗିଫ କରାଯାଇଥିବା ଡିଏସ୍‌ପି ମନୀଷ ଶର୍ମା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.