ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ, ପରିସ୍ଥିତି ନିୟନ୍ତ୍ରଣାଧୀନ

add-all


ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପଛି। ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ଆଜି ଉକ୍ତ ପଞ୍ଚାୟତରେ ଡାକ୍ତରୀ ଟିମ୍ ପହଞ୍ଚି ଥିଲା। ମାତ୍ର ଝାଡ଼ାବାନ୍ତିରେ ମାତ୍ର କିଛି ଲୋକ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ମାତ୍ର କାରଣ ଅସ୍ପଷ୍ଟ ରହିଛି। ଗ୍ରାମରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥ‌ିବା ଡାକ୍ତରୀ ଟିମ୍ କହିଛନ୍ତି। ଏ ନେଇ ବାଲିଗୁଡା ଉପଜିଲ୍ଲାପାଳ ଡା.ରୀନା ପ୍ରଧାନ କହିଛନ୍ତି ଯେ, ଏହି ଘଟଣାକୁ ନେଇ ମେଡିକାଲ ଟିମ ସହ ଗ୍ରାମ୍ୟ ପରିମଳ ବିଭାଗ ଟିମ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଵାସ୍ଥ୍ୟ ପରୀକ୍ଷା କରିବେ ବୋଲି କହିଛନ୍ତି। ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଅଭିଶେକ ନାୟକ ଓ ତାଙ୍କ ଟିମ ଏହି ଝିରିପାଣି ପଞ୍ଚାୟତର ବରଗାଁ, ନଳକୁଟି, କୁନାବେଡା, ଘାଟିପଦର, ମାଙ୍କଡ଼ ଚୁଆଁ, ବରଗୁଡା, ସୁରାଙ୍ଗବାରୁ ଗ୍ରାମକୁ ଯାଇ ଅଧିବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଚିକିତ୍ସା କରାଇଛି। ଚିକିତ୍ସା କରି ଡାକ୍ତର ଅଭିଷେକ ପ୍ରଧାନ କହିବା ପ୍ରକାରେ ଗାଁରେ ସୁରେନ୍ଦ୍ର ମାଝୀ (୧୬), ରାଡାମାରୁ ମାଝୀ (୬୪) କଣା ମାଝୀ(୨୫), କିଷାନ ମାଝୀ(୧୬) ସାମାନ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିଲେ । କିଛି ଦିନ ମଧ୍ୟରେ କୁନାବେଡା ଗାଁର ବଡଗୁଡି ମାଝୀ (୬୦), ମାଙ୍କଡଚୁଆଁ ଗାଁର ବାକଚୀ ମାଝୀଙ୍କ ମୃତ୍ୟୁ ହୋଇଛି। ମାତ୍ର ଝାଡ଼ାବାନ୍ତି ନୁହେଁ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଥିବା ଡାକ୍ତର ଅଭିଷେକ କହିଛନ୍ତି । ଗ୍ରାମ୍ୟ ପରିମଳ ବିଭାଗର ଯନ୍ତ୍ରୀ ରାମ ଚନ୍ଦ୍ର ଚୌଧୁରୀ ଓ ଯନ୍ତ୍ରୀ ସ୍ନେହଲତା ପ୍ରଧାନ ଏହି ଗ୍ରାମମାନଙ୍କୁ ଯାଇ ପାଣି କୁ ନେଇ ପରୀକ୍ଷା କରିଛନ୍ତି। ଗ୍ରାମବାସୀ ଯୋଗାଣ ହେଉଥ‌ିବା ବିଶୁଦ୍ଧ ଜଳ ବ୍ୟବହାର କରୁଛନ୍ତି। ଗ୍ରାମରେ କାଁ ଭାଁ ଆକ୍ରାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଛି।

ad-week
Leave A Reply

Your email address will not be published.