କନ୍ଧମାଳ ସାଂସଦଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ଲିପ୍ସା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଡେନ୍ସ ଏକାଡେମୀ ଫୁଲବାଣୀର ଓଡିଶୀ ନୃତ୍ୟାଙ୍ଗନା ଲିପ୍ସା ରାଣୀ ଷଡଙ୍ଗୀ ଗତ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ଦଶମ ବାର୍ଷିକ ଉତ୍ସବରେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ମୁଖ୍ୟ ଅତିଥି ଅତିଥି ସୋମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଅତ୍ୟନ୍ତ ଖୁସି ଅନୁଭବ କରିବା ସହ ଅଭିନନ୍ଦନ ଜଣାଇଥିଲେ l ପରେ ପରେ ତାଙ୍କୁ କେ ଡି ଏମ ଏଫ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ଲିପ୍ସାଙ୍କ ବାପା ରବିନ୍ଦ୍ର ଷଡଙ୍ଗୀ ଜଣେ ସମାଜସେବୀ ସହ ଡ୍ୟାନ୍ସ ଏକାଡେମୀର ଉପସଭାପତି ଅଟନ୍ତି l ବାପାଙ୍କର ଇଚ୍ଛା ଝିଅ କିପରି ଜାତୀୟ ସ୍ଥରରେ ନୃତ୍ୟ ପ୍ରଦର୍ଶନ କରି କନ୍ଧମାଳକୁ ଗୌରବ ଆଣୁ ଏ ନେଇ ଡ୍ୟାନ୍ସ ଏକାଡେମୀର ସମ୍ପାଦକ ସନ୍ତୋଷ କୁମାର ପାତ୍ର ଶିଷ୍ୟା ଲିପ୍ସା କିପରି ଆଗକୁ ଆହୁରି ଉତ୍ତୋରତର ଉନ୍ନତି କାମନା କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ତାଙ୍କର ନୃତ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ l

ad-week
Leave A Reply

Your email address will not be published.